ଅଗ୍ନିବିପନ୍ନଙ୍କୁ ସହାୟତା

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ହରିଡାପାଳ ଗ୍ରାମରେ ଅଗ୍ନି ବିପନ୍ନ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସହାୟତା ପ୍ରଦାନ କରାଯାଇଛି । ଗତ ୨ତାରିଖରେ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ବଖରା ଘର ପୋଡି ପାଉଁଶ ହୋଇ ଯାଇଥିବା ବେଳେ ନିଆଁରେ ରଞ୍ଜନ ମହାନ୍ତଙ୍କ ପତ୍ନୀ ପୁଷ୍ଲଲତା(୨୮) ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ସ୍ଥାନୀୟ ନଖରା ହାଟେଶ୍ୱର ଜନକଲ୍ୟାଣ ସମିତିର କର୍ମକର୍ତ୍ତା ମାନେ ଗ୍ରାମକୁ ଯାଇ ଦୁର୍ଗତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ,ବସ୍ତ୍ର ଓ ବାସନକୁସନ ଆଦି ପ୍ରଦାନ କରିଥିଲେ । ତ୍ରୈଲୋକ୍ୟ ଓଝା, ବିଚିତ୍ରାନନ୍ଦ ନାୟକ, ଚନ୍ଦ୍ରମୋହନ ସାହୁ, ସୁକାନ୍ତ ପ୍ରଧାନ, ଶରତ ଚନ୍ଦ୍ର ସାହୁ, ପ୍ରମିଳା ଓଝା, ତୁଷାରକାନ୍ତ କାନୁନଗୋ ପ୍ରମୁଖ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ଡାଳିଯୋଡ଼ା ସାହିତ୍ୟ ସଂସଦ ତରଫରୁ ସେହି ଅଗ୍ନିବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଂସଦ ସଭାପତି କେ.ସି. ପ୍ରତାପସିଂ, ଅଶୋ​କ କୁମାର ପଣ୍ଡା, ଶୈଳେନ୍ଦ୍ର ମୁଖୀ, ସହଦେବ ବରାଳ, ଜଗବନ୍ଧୁ ଶତପଥି, ଗଣେଶ ପ୍ରସାଦ ବେହେରା ପ୍ରମୁଖ ହରିଡ଼ାପାଳ ଗ୍ରାମକୁ ଯାଇ ଦୁର୍ଗତ ପରିବାର ଲେକଙ୍କୁୁ ଶାଢ଼ି, ଲୁଙ୍ଗି, ଗାମୁଛା, ଧୋତି, ଚୂଡ଼ା, ଗୁଡ଼, ବସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରିଥିଲେ।

Comments are closed.