ଆଜିଠାରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଓ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବାବେଳେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।

Comments are closed.