ଭାରତରେ ବଜେଟ ଉପସ୍ଥାପନ କରି ଲିୟାକତ୍‍ ହୋଇଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ

୧୮୬୦ ମସିହା ଏପ୍ରିଲ ୭ ତାରିଖ ସନ୍ଧ୍ୟା ୫ଟାରେ ଭାରତର ସର୍ବପ୍ରଥମ ବଜେଟ୍‍ ଆଗତ କରିଥିଲେ ଇଂରେଜ ଶାସକ ଜେମ୍‍ସ ୱିଲ୍‍ସନ। ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠିତ ହୋଇଥିଲା। ଏଥିରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଲିଆକତ୍‍ ଅଲି ଖାନ୍‍। ସେତେବେଳେ ଦେଶରେ କଂଗ୍ରେସ ଓ ମୁସଲିମ୍‍ ଲିଗ୍‍ର ମେଣ୍ଟ ସରକାର ଥିଲା। ଲିଆକତ୍‍ ମୁସ୍‍ଲିମ ଲିଗ୍‍ର ପ୍ରମୁଖ ନେତା ଥିଲେ ଏବଂ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ନିକଟତର ଥିଲେ। ୧୯୪୬ ଫେବୃଆରୀ ୨ତାରିଖରେ ସେ ଦେଶର ବଜେଟ୍‍ ଉପସ୍ଥାପନ କରିଥିଲେ। ଦେଶ ବିଭାଜନ ପରେ, ଅର୍ଥାତ୍‍୧୯୪୭ ମସିହାରେସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୫୧ ମସିହାରେ ରାୱଲପିଣ୍ଡିଠାରେ ଲିଆକତ ଅଲି ଏକ ସଭାକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Comments are closed.