୧ଲକ୍ଷ ୫୦ ହଜାର କୋଟିର ବଜେଟ

ଭୁବନେଶ୍ଵର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ଓଡ଼ିଶା ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଛି। ଚଳିତ ଥର ପେପରଲେସ୍‌ ବଜେଟ ପ୍ରସ୍ତୁତ କରଯାଇଛି। ଆଇପ୍ୟାଡ୍‌ରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଛନ୍ତି। ରାଜ୍ୟ ସରକାର ୫-ଟି ଏବଂ ମୋ ସରକାର ମନ୍ତ୍ର ବଜେଟ ପ୍ରସ୍ତୁତ ପାଇଁ ଆମକୁ ପ୍ରେରଣା ଦେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବଜେଟରେ ପ୍ରଶାସନିକ ବ୍ୟୟ ଲାଗି ୬୫ ହଜାର ୬୫୫ କୋଟି ଧାର୍ଯ୍ୟ କରାଯାଇଥିବାବେଳେ କାର୍ଯ୍ୟକ୍ରମ ପାଇଁ ୭୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Comments are closed.