୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟରେ କେଉଁ ବିଭାଗକୁ କେତେ ଅର୍ଥ
ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟରେ ସର୍ବାଧିକ ପାଣ୍ଠି ୨୭ ହଜାର ୯୪୨.୭୨ କୋଟି ଅର୍ଥ ବିଭାଗକୁ ଦିଆଯାଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗକୁ ସର୍ବନିମ୍ନ ୯୦୨.୨୩ କୋଟି ଟଙ୍କା ଦିଆଯାଇଛି।
ବିଭାଗ ପାଣ୍ଠି ପରିମାଣ
ଅର୍ଥ ୨୭,୯୪୨.୭୨ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୮,୪୧୯.୦୩ କୋଟି
ସ୍କୁଲ ଓ ଗଣଶିକ୍ଷା ବିଭାଗ ୧୬,୪୦୦କୋଟି
ଜଳସମ୍ପଦ ବିଭାଗ ୯,୭୧୩.୪୩ କୋଟି
କୃଷି ଓ କୃଷକ କଲ୍ୟାଣ ୮,୭୦୨.୨୭କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୬,୭୮୨.୮୫ କୋଟି
ଗୃହନିର୍ମାଣ ଓ ନଗର ଉନ୍ନୟନ ୫,୫୭୮.୭୦କୋଟି
ଗୃହ ବିଭାଗ ୫,୨୯୮.୦୫ କୋଟି
ଗ୍ରାମ୍ୟ ଉନ୍ନୟନ ୫,୫୩୦.୦୯ କୋଟି
ପୂର୍ତ୍ତ ବିଭାଗ ୪,୦୪୯.୨୦ କୋଟି
ବିପର୍ଯ୍ୟୟ ପ୍ରଶମନ ପରିଚାଳନା ୪,୭୦୬.୫୮ କୋଟି
ଅନୁସୂଚିତ ଜାତି ଓ ଜନଜାତି ୩,୬୨୨.୮୪ କୋଟି
ମହିଳା ଓ ଶିଶୁ ବିକାଶ ୩,୪୫୭.୨୮ କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୩,୧୬୬.୬୨ କୋଟି
ଉଚ୍ଚଶିକ୍ଷା ବିଭାଗ ୨,୩୭୫.୩୪ କୋଟି
ଶକ୍ତି ବିଭାଗ ୨,୨୫୦.୫୮ କୋଟି
ସମବାୟ ବିଭାଗ ୧,୪୦୩.୫୪ କୋଟି
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ୧,୧୩୪ କୋଟି ଟଙ୍କା
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ୧,୧୩୦ କୋଟି ଟଙ୍କା
ଜଙ୍ଗଲ ଓ ପରିବେଶ ୯୦୨.୨୩ କୋଟି ଟଙ୍କା
Comments are closed.