ବଜେଟ -୨୦୨୧-୨୨ : ୧୦୦ଟି ନୂତନ ସୈନିକ ସ୍କୁଲ, ଡିଜିଟାଲ୍ ଜନଗଣନା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ   ୧୦୦ଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା ସଂପର୍କରେ ଘୋଷଣା କରିଛନ୍ତି।
ଜାତୀୟ ଶିକ୍ଷା ନୀତିକୁ ସେ ହୃଦୟ ସହିତ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି। ଚଳିତ ବଜେଟରେ ଦେଶରେ ୧୦୦ ଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଘରୋଇ କ୍ଷେତ୍ରର ସହାୟତା ନିଆଯିବ। ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ। ଏଥିପାଇଁ ଆଇନରେ ସଂଶୋଧନ କରାଯିବ। ୪ କୋଟି ଅନୁସୂଚିତ ଜାତି ଛାତ୍ରଙ୍କ ପାଇଁ ୩୫ ହଜାର କୋଟି ଘୋଷଣା କରାଯାଇଛି। ୟୁଏଇ ସହିତ ମିଳିତ ଭାବରେ ଦକ୍ଷତା ତାଲିମ ଉପରେ କାର୍ଯ୍ୟ କରାଯିବ। ଭାରତ ଏବଂ ଜାପାନ ମିଳିତ ଭାବେ ଏକ ପ୍ରକଳ୍ପ ଚାଲୁ ରହିଛି।

ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆଦିବାସୀ ସ୍କୁଲରେ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ପରବର୍ତ୍ତୀ ଜନଗଣନା ପ୍ରକ୍ରିୟା ଡିଜିଟାଲ୍ ହେବ। ଏଥିପାଇଁ ସରକାର ୩୭୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନ୍ୟପକ୍ଷରେ ଚା’ ବଗିଚା କର୍ମଚାରୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Comments are closed.