କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ

– ଆୟ ୨୨.୪୬ ଲକ୍ଷ କୋଟି ଟଙ୍କା
– ବ୍ୟୟ ୩୦.୪୨ ଲକ୍ଷ କୋଟି ଟଙ୍କା
– ଜିଡିପି ଅଭିବୃଦ୍ଧି ୧୦% (ଅନୁମାନ)
– ବିତିୟ ନିଅଂଟ ୩.୫%

ବଜେଟର ତିନୋଟି ମୁଖ୍ୟ ଆଧାର:
– ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ।
– ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ – “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ”
– ସମାଜ ପ୍ରତି କର୍ତବ୍ୟ – ଉଭୟ ମାନବୀୟ ଓ ସହାନୁଭୂତିଶୀଳ

ତିନୋଟି ମୁଖ୍ୟ କାର୍ଯ୍ୟ:
– ଦୁର୍ନୀତି ମୁକ୍ତ, ଉତମ ନୀତିଯୁକ୍ତ ପ୍ରଶାସନ ଏବଂ ନିର୍ମଳ ଓ ଦୃଢ଼ ଆର୍ଥିକ କ୍ଷେତ୍ର।
– ଭଲ ଭାବେ ବଞ୍ଚିବା ପାଇଁ ତିନୋଟି ବିଷୟ କେନ୍ଦ୍ର ବଜେଟ ୨୦୨୦-୨୧ରେ ସନ୍ନିବେଶିତ ହୋଇଛି।

ଆଶାବାଦୀ ଭାରତର ତିନୋଟି ଉପାଦାନ:
– କୃଷି, ଜଳସେଚନ ଏବଂ ଗ୍ରାମୀଣ ବିକାଶ
– ସୁଖସ୍ୱାଚ୍ଛନ୍ଦ୍ୟ, ଜଳ ଓ ପରିମଳ ବ୍ୟବସ୍ଥା
– ଶିକ୍ଷା ଓ କୌଶଳ ବିକାଶ

କୃଷି, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୧୬ଟି କାର୍ଯ୍ୟକ୍ରମ
– ଏହି ୧୬ଟି କାର୍ଯ୍ୟକ୍ରମ ନିମନ୍ତେ ୨ଲକ୍ଷ ୮୩ ହଜାର କୋଟି ଟଙ୍କାର ଆବଂଟନ
– କୃଷି, ଜଳସେଚନ ଓ ତତଜନିତ କାର୍ଯ୍ୟକ୍ରମ ନିମନ୍ତେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ
– ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ନିମନ୍ତେ ୧ ଲକ୍ଷ ୨୩ ହଜାର କୋଟି ଟଙ୍କା କୃଷି ଋଣ
– ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୧୫ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ
– ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ହେବେ
– ନାବାର୍ଡ ଋଣ ଯୋଜନା ଆହୁରି ସଂପ୍ରସାରିତ ହେବ।
– ୧୦୦ଟି ଜଳକଷ୍ଟ ପ୍ରବଣ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ଯୋଜନା ପ୍ରସ୍ତାବ
– ବ୍ଲୁ ଇକନୋମି (ସାମୁଦ୍ରିକ ଅର୍ଥନୀତି)
– ଆଗାମୀ ୨୦୨୪-୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ମତ୍ସ୍ୟସମ୍ପଦ ରପ୍ତାନୀ ଲକ୍ଷ୍ୟ
– ୨୦୨୨-୨୩ ସୁଦ୍ଧା ୨ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟ
– ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ନିୟୋଜିତ ହେବେ ୩୪୭୭ ସାଗର ମିତ୍ର ଏବଂ ୫୦୦ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ
– ଶୈବାଳ, ସାମୁଦ୍ରିକ ଉଦ୍ଭିଦ ଉତ୍ପାଦନକୁ ପ୍ରୋତ୍ସାହନ
– ସାମୁଦ୍ରିକ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଓ ପରିଚାଳନା ନିମନ୍ତେ ବିକାଶ ଖସଡ଼ା
– ସରକାରୀ ଓ ଘରୋଇ ଭାଗିଦାରୀତାରେ ଭାରତୀୟ ରେଳବାଇ ଦ୍ୱାରା କିଷାନ ରେଳର ବିକାଶ
– ଦୁଗ୍ଧ, ମାଂସ ଓ ମାଛର ସଂରକ୍ଷଣ ପାଇଁ ଏକ ଜାତୀୟ ଶୀତଳ ଭଣ୍ଡାର ପୁଞ୍ଜ ପ୍ରତିଷ୍ଠା ହେବ
– ଏକ୍ସପ୍ରେସ ଓ ମାଲ ଗାଡି ଗୁଡିକରେ ଶୀତଳଭଣ୍ଡାର ଯୁକ୍ତ ବଗି ରହିବ
– କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୃଷି ଉଡାଣ ଯୋଜନା କାର୍ଯ୍ୟକାରୀ ହେବ
– ଉଭୟ ଜାତୀୟ ଓ ଅନ୍ତର୍ଜାତୀକ ଉଡାଣ ସୀମା ଏଥିରେ ଅନ୍ତର୍ଭୁକ୍ତ ହେବ
– ଉତରପୂର୍ବାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ମୂଲ୍ୟଯୁକ୍ତ କୃଷି ଦ୍ରବ୍ୟ ପହଞ୍ଚାଯିବ।
– ଉଦ୍ୟାନ କୃଷି କ୍ଷେତ୍ରରେ ଉତମ ବିପଣନ ଓ ରପ୍ତାନୀ ଦୃଷ୍ଟିରୁ ଗୋଟିଏ ଜିଲ୍ଲାରେ ଗୋଟିଏ କିସମର ଦ୍ରବ୍ୟ ଉପରେ ଗୁରୁତ୍ୱାରୋପ କରାଯିବ
– ପାରମ୍ପରିକ ଜୈବିକ ଓ ରାସାୟନିକ ସାର ପ୍ରୟୋଗରେ ସନ୍ତୁଳନ ରକ୍ଷା କରାଯିବ
– ଜୈବିକ, ପ୍ରାକୃତିକ ଏବଂ ସମନ୍ୱିତ କୃଷି ପାଇଁ ପଦକ୍ଷେପ ନିଆଯିବ
– ଜାତୀୟ ଜୈବିକ ସାମଗ୍ରୀ ବଜାରକୁ ଜାତୀୟ ସ୍ତରରେ ଅନଲାଇନ କରିବା ପାଇଁ ଜୈବିକ ଖେତି ନାମକ ପୋର୍ଟାଲ ସୃଷ୍ଟି ହେବ
– ୨୦୧୯ ଜୁଲାଇ ମାସରେ ହୋଇଥିବା ବଜେଟରେ ସନ୍ନିବେଶିତ ଶୂନ୍ୟ ବଜେଟ ପ୍ରାକୃତିକ କୃଷିକୁ ଅନ୍ତର୍ଭୁକ୍ତ କରାଯିବ
– ବୃଷ୍ଟିବହୁଳ ଅଞ୍ଚଳରେ ସମନ୍ୱିତ କୃଷି ପଦ୍ଧତିର ସଂପ୍ରସାରଣ କରାଯିବ
– ଅଣ ଫସଲ ଋତୁରେ ବିବିଧ ଶସ୍ୟ, ମହୁଚାଷ, ସୌର ଚାଳିତ ପମ୍ପ ଓ ସୌରଶକ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ହେବ
– ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ସଂପ୍ରସାରଣ
– ୨୦ ଲକ୍ଷ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ
– ୧୫ ଲକ୍ଷ ଚାଷୀଙ୍କ ବିଦ୍ୟୁତ ସଂଯୋଗ ପମ୍ପକୁ ସୌର ଶକ୍ତି ଦ୍ୱାରା ଚାଲୁ କରିବା ପାଇଁ ସହାୟତା କରାଯିବ
– ଏହି ଯୋଜନା ଦ୍ୱାରା ଚାଷୀମାନେ ସୌର ଶକ୍ତି ଉତ୍ପାଦନ କରିବା ସହ ସେମାନଙ୍କ ପଡିଆ ଜମିକୁ ଜଳସେଚିତ କରି ବଳକା ଶକ୍ତି ଗ୍ରୀଡକୁ ବିକ୍ରି କରିପାରିବେ ଗ୍ରାମୀଣ ଭଣ୍ଡାରଣ ଯୋଜନା
– ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମୀଣ ଭଣ୍ଡାରଣଗୁଡିକୁ ଚଲାଯିବା ସହ ଏହାର ରକ୍ଷଣବେକ୍ଷଣ ଖର୍ଚ୍ଚ ହ୍ରାସ କରାଯାଇ ଭଣ୍ଡାରଣ ସାମର୍ଥ୍ୟ ବୃଦ୍ଧି କରାଯିବ
– ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଗୁଡିକୁ ଧନ୍ୟା ଲକ୍ଷ୍ମୀର ମାନ୍ୟତା ଦିଆଯିବ
– ନାବାର୍ଡ ଦ୍ୱାରା ଶସ୍ୟ ଗୋଲା, ଶୀତଲ ଭଣ୍ଡାର ଓ ପରିବହନ ବ୍ୟବସ୍ଥାର ତଦାରଖ କରାଯିବ
– ପଣ୍ୟାଗାର ବିକାଶ ଓ ନିୟନ୍ତ୍ରଣ କର୍ତୃପକ୍ଷଙ୍କ ନିୟମାବଳୀ ଅନୁସାରେ ପଣ୍ୟାଗାର ଗୁଡିକର ବିକାଶ କରାଯିବ
– ବ୍ଲକ ଓ ତାଲୁକ ସ୍ତରରେ ସୁଦୃଢ଼ ପଣ୍ୟାଗାର ସ୍ଥାପନ କରାଯିବ
– ଭାରତୀୟ ଖାଦ୍ୟ ନିଗମ ଓ କେନ୍ଦ୍ର ପଣ୍ୟାଗାର ନିଗମ ଏସବୁ ପଣ୍ୟାଗାର ଭବନ ଗୁଡିକର ଦାୟିତ୍ୱ ହାତକୁ ନେବେ
– ଇ-ନାମ ସହିତ ଇଏନଡବ୍ଲ୍ୟୁଆରର ସମ୍ମିଶ୍ରଣ ହେବ
– କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଦର୍ଶ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରୁଥିବା ରାଜ୍ୟ ସରକାରଗୁଡିକୁ ପ୍ରୋତ୍ସାହିତ କରାଯିବ

ପଶୁସମ୍ପଦ :
– ୨୦୨୫ ମସିହା ସୁଦ୍ଧା ଦେଶର ଦୁଗ୍ଧ ଉତ୍ପାଦନ ୫୩.୫ ମିଲିଅନ ମେଟ୍ରିକ ଟନରୁ ୧୦୮ ମିଲିୟନ ମେଟ୍ରିକ ଟନକୁ ବୃଦ୍ଧି କରାଯିବ
– କୃତ୍ରିମ ପ୍ରଜନନ ବର୍ତମାନ ଶତକଡା ୩୦ ଭାଗ ଥିବା ବେଳେ ଏହାକୁ ୭୦ ଭାଗକୁ ବୃଦ୍ଧି କରାଯିବ
– ଗୋ-ଖାଦ୍ୟ ଯୋଗାଣକାରୀ ଫାର୍ମଗୁଡିକୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ
– ୨୦୨୫ ମସିହା ସୁଦ୍ଧା ଛେଳି, ମେଣ୍ଢା ଓ ଗୋରୁ ଗୁଡିକର ଫାଟୁଆ ରୋଗର ଦୂରୀକରଣ କରାଯିବ
– ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ୫୦ ଲକ୍ଷ ପରିବାର ସହିତ ୫୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାରିଦ୍ର୍ୟ ଦୂରୀକରଣ ଦିଗରେ ନିୟୋଜିତ କରାଯିବ ବିକାଶ, ଜଳ ଓ ପରିମଳ
– ସମୂହ ସ୍ୱାସ୍ଥ୍ୟସେବା କ୍ଷେତ୍ର ନିମନ୍ତେ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ
– ୬୯ ହଜାର କୋଟିରୁ ୬୪୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଖର୍ଚ୍ଚ ହେବ
– ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ୨୦ ହଜାରରୁ ଅଧିକ ହସ୍ପିଟାଲ ସାମିଲ ହେବେ
– କେତେକ ସ୍ଥାନରେ ଅଚଳାବସ୍ଥା ଦୂର ପାଇଁ ସରକାରୀ ଓ ଘରୋଇ ଭାଗିଦାରୀତାରେ ହସ୍ପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ
– ଯାନ୍ତ୍ରିକ ଉପାୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଭିତିକରି ରୋଗ ନିରୂପଣର ବ୍ୟବସ୍ଥା
– ୨୦୨୪ ସୁଦ୍ଧା ଜନ ଔଷଧି କେନ୍ଦ୍ର ଯୋଜନା ଜରିଆରେ ୨୦୦୦ ଔଷଧ ଏବଂ ୩୦୦ ଶଲ୍ୟ ଚିକିତ୍ସା ପାଇଁ ଲକ୍ଷ୍ୟ
– ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ “ଟିବି ହାରେଗା ଦେଶ ଜିତେଗା” ଯୋଜନା ଚାଲୁ
– ଜଳ ଜୀବନ ମିଶନ ପାଇଁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଅନୁମୋଦିତ
– ୨୦୨୦-୨୧ ପାଇଁ ୧୧ ହଜାର ୫୦୦ କୋଟି ଟଙ୍କା ବ୍ୟୟବରାଦ
– ଜଳରୁ ଲବଣାଂଶ ଦୂର ତଥା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରି ସ୍ଥାନୀୟ ଜଳଉତ୍ସ ଗୁଡିକର ଉନ୍ନତିକରଣ
– ଚଳିତ ବର୍ଷ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା
– ୨୦୨୦-୨୧ରେ ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ବ୍ୟୟବରାଦ
– ଓଡିଏଫ ପ୍ଲସ ପାଇଁ ଅଙ୍ଗୀକାରବଦ୍ଧତା
– ଗୋଳିଆ ଓ ମଇଳା ପାଣିର ନିଷ୍କାସନ ଉପରେ ଗୁରୁତ୍ୱ
– କଠିନ ବର୍ଜ୍ୟବସ୍ତୁର ପୃଥକୀକରଣ ଓ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ

ଶିକ୍ଷା ଓ କୌଶଳ ବିକାଶ
– ୨୦୨୦-୨୧ ବର୍ଷ ନିମନ୍ତେ ଶିକ୍ଷା ପାଇଁ ୯୯ ହଜାର ୩୦୦ କୋଟି ଓ କୌଶଳ ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ
– ଖୁବ ଶୀଘ୍ର ଘୋଷିତ ହେବ ନୂତନ ଶିକ୍ଷାନୀତି
– ବିଜ୍ଞାନ, ଅପରାଧ ବିଜ୍ଞାନ ଓ ସାଇବର ଅପରାଧର ମୁକାବିଲା ପାଇଁ ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ
– ଜାତୀୟ ମେଧା ତାଲିକାରେ ଥିବା ୧୦୦ଟି ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ନାତକସ୍ତର ପର୍ଯ୍ୟପ୍ତ ସମ୍ପୂର୍ଣ୍ଣ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ
– ସହରାଞ୍ଚଳ ସ୍ୱାୟତଶାସନ ସଂସ୍ଥା ପକ୍ଷରୁ ସଦ୍ୟ ଇଂଜିନିୟରିଂ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶିକ୍ଷାନବୀଶ ତାଲିମ
– ସରକାରୀ ଓ ଘରୋଇ ଭାଗିଦାରୀତାରେ ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲକୁ ଏକ ମେଡିକାଲ କଲେଜ ସହ ସଂଯୁକ୍ତ କରିବା ଲାଗି ବଜେଟରେ ପ୍ରସ୍ତାବ
– ସ୍ୱାସ୍ଥ୍ୟ ଓ କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ବ୍ରିଜ୍‍ କୋର୍ସ
– ବିଦେଶରେ ଶିକ୍ଷକ, ନର୍ସ ଓ ପାରାମେଡିକାଲ ଷ୍ଟାମ୍ପ ପାଇଁ ଏହା ସହାୟକ ହେବ
– ଏହା ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏବଂ କର୍ମଚାରୀ କୌଶଳ ବିକାଶରେ ସହାୟକ ହେବ
– ମାର୍ଚ୍ଚ ୨୦୨୧ ସୁଦ୍ଧା ଦେଶର ୧୫୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଶିକ୍ଷାନବୀଶ ସୃଷ୍ଟି କରିବେ
– ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ
– ଏସୀୟ ଓ ଆଫ୍ରିକୀୟ ଦେଶର ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଇନ୍‍ ଇଣ୍ଡିଆ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ

ଶିଳ୍ପ, ବାଣିଜ୍ୟ ଓ ପୁଞ୍ଜିନିବେଶ
– ଶିଳ୍ପ ଓ ବାଣିଜ୍ୟିକ ବିକାଶ ନିମନ୍ତେ ୨୦୨୦-୨୧ ପାଇଁ ୨୭ ହଜାର ୩୦୦ କୋଟି ଟଙ୍କାର ବ୍ୟୟବରାଦ
– ପୁଞ୍ଜିନିବେଶ ଅନୁମତି ସେଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ
– ଆମୂଳଚୂଳ ସୁବିଧା ସୁଯୋଗ ପ୍ରଦାନ
– ଏକ ପୋର୍ଟାଲ ଜରିଆରେ କାର୍ଯ୍ୟକ୍ରମ
– ୫ଟି ନୂଆ ସ୍ମାର୍ଟ ସିଟି ବିକଶିତ କରିବାକୁ ପ୍ରସ୍ତାବ
– ମୋବାଇଲ ଫୋନ, ଇଲେକଟ୍ରୋନିକ ଉପକରଣ ଓ ସେମି କଣ୍ଡକ୍ଟର ପ୍ୟାକେଜିଂକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା
– ପ୍ରତିଷ୍ଠା ହେବ ଜାତୀୟ ବୈଷୟିକ ବୟନ ମିଶନ
– ଏହା ୨୦୨୦-୨୧ରୁ ୨୦୨୩-୨୪ ଏହି ଚାରି ବର୍ଷ ମଧ୍ୟରେ ତ୍ୱରାନ୍ୱିତ ହେବ
– ଏଥି ପାଇଁ ୧୪୮୦ କୋଟି ଟଙ୍କାର ବ୍ୟୟବରାଦ
– ଭାରତକୁ ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ଅଗ୍ରଗାମୀ କରିବା ଲକ୍ଷ୍ୟ
– ରପ୍ତାନୀର ଅଭିବୃଦ୍ଧି ପାଇଁ ନିର୍ଭୀକ ନାମରେ ନୂତନ ଯୋଜନା
– ଏଥିରେ ମିଳିବ ଉଚ୍ଚତମ ବୀମା
– କ୍ଷୁଦ୍ର ରପ୍ତାନୀକାରୀଙ୍କ ପାଇଁ ପ୍ରିମିୟମ ହ୍ରାସ
– ଦାବି ଓ ବିବାଦ ମିମାଂଶାର ସରଳୀକରଣ
– ସରକାରୀ ଇ-ମାର୍କେଟ ପ୍ଲେସ ପାଇଁ ୩ ଲକ୍ଷ କୋଟି ଟଙ୍କା ପ୍ରସ୍ତାବ
– ରପ୍ତାନୀ ହେବାକୁ ଥିବା ସାମଗ୍ରୀ ଉପରେ ଟିକସ ଓ ଶୁଳ୍କ ପରିମାଣର ସଂଶୋଧନ ପାଇଁ ଯୋଜନା
– କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ରପ୍ତାନୀକାରୀ ପଇଠ କରିଥିବା ଶୁଳ୍କ ଓ ଟିକସ ଆବଶ୍ୟକସ୍ଥଳେ ଅନଲାଇନରେ ଫେରିପାଇବେ
– ପ୍ରଧାନମନ୍ତ୍ରୀଙ୍କ “ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ” ଦୂରଦୃଷ୍ଟି ଅନୁଯାୟୀ ପ୍ରତ୍ୟେକ ମନ୍ତ୍ରଣାଳୟ ଗୁଣାତ୍ମକମାନ ନେଇ ନିର୍ଦ୍ଦେଶାନାମା ଜାରି କରିବେ

ଭିତିଭୂମି
– ଆଗାମୀ ୫ ବର୍ଷ ମଧ୍ୟରେ ଭିତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ
– ଜାତୀୟ ଭିତିଭୂମି ପାଇପଲାଇନ
– ୩୧ ଡିସେମ୍ବର ୨୦୧୯ ସୁଦ୍ଧା ୧୦୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପିତ ହୋଇଛି
– ନିର୍ମାଣଧୀନ ସ୍ଥିତି ଓ ଆକାର ଅନୁସାରେ ବିଭିନ୍ନ କ୍ଷେତ୍ରର ୬୫୦୦ରୁ ଅଧିକ ପ୍ରକଳ୍ପକୁ ବଭିନ୍ନ ଶ୍ରେଣୀଭୁକ୍ତ କରାଯିବ
– ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଜାତୀୟ କାର୍ଯ୍ୟାନ୍ୱୟନ ନୀତି
– କେନ୍ଦ୍ର, ରାଜ୍ୟ ସରକାର ଏବଂ ମୁଖ୍ୟ ନିୟନ୍ତ୍ରକଙ୍କ ଭୂମିକା ସମ୍ପର୍କରେ ବିଶଦ ବିବରଣୀ
– କଂପ୍ୟୁଟରିକୃତ ବିପଣନ ଓ ଏକକ ଗବାକ୍ଷ ବ୍ୟବସ୍ଥା
– ଏମଏସଏମଇକୁ ପ୍ରତିଯୋଗୀତାମୂଳକ କରିବା ସହ କର୍ମନିଯୁକ୍ତି ଓ କୌଶଳ ବିକାଶ ଉପରେ ଗୁରୁତ୍ୱ
– ଭିତିଭୂମି ଉପରେ ପର୍ଯ୍ୟବେଶିତ କୌଶଳ ବିକାଶ ସୁବିଧା ସୁଯୋଗ ଦେବାପାଇଁ ଜାତୀୟ କୌଶଳ ବିକାଶ ଏଜେନ୍ସୀର ଗଠନ
– ପ୍ରସ୍ତାବିତ ଭିତିଭୂମି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତି
– ବିଶ୍ୱବିଦ୍ୟାଳୟରୁ ଉତିର୍ଣ୍ଣ ହୋଇଥିବା ଯୁବ ଯନ୍ତ୍ରୀ, ପ୍ରବନ୍ଧନ ସ୍ନାତକ ଓ ଅର୍ଥନୀତି ବିଶେଷଜ୍ଞଙ୍କୁ ବିଶେଷ ଭାବେ ସାମିଲ କରାଯିବ
– ସ୍ଟାର୍ଟଅପ କ୍ଷେତ୍ରରେ ସରକାରୀ ଭିତିଭୂମିଯୁକ୍ତ ସଂସ୍ଥା ଯୁବ ଶକ୍ତିର ବିନିଯୋଗ କରିବେ
– ୨୦୨୦-୨୧ରେ ପରିବହନ ଭିତିଭୂମି ସୃଷ୍ଟି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ

ରାଜପଥ :
– ରାଜପଥର ବିକାଶ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯିବ :
– ୨୫୦୦ କିମି ପହଁଚ ନିୟନ୍ତ୍ରଣ ରାଜପଥ
– ୯୦୦୦ କିମି ଅର୍ଥନୈତିକ କରିଡର
– ୨୦୦୦ କିମି ଉପକୂଳ ସଡ଼କ
– ୨୦୦୦ କିମି ରଣନୈତିକ ରାଜପଥ
– ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଏବଂ ଦୁଇଟି ଅନ୍ୟ ପ୍ରକଳ୍ପ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
– ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେ ଆରମ୍ଭ ହେବ
– ୨୦୨୪ ସୁଦ୍ଧା ୬ହଜାର କିମି ଲମ୍ବ ୧୨ଟି ରାଜପଥ ଶୃଙ୍ଖଳା ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ପ୍ରସ୍ତାବ।

ଭାରତୀୟ ରେଳପଥ
– ୫ଟି ପ୍ରମୁଖ ପଦକ୍ଷେପ :
– ରେଳ ଲାଇନ କଡ଼ରେ ସୌର ଶକ୍ତିର ଉଚ୍ଚକ୍ଷମତା ପ୍ରତିଷ୍ଠା କରାଯିବ।
– ୪ଟି ଷ୍ଟେସନର ପୁନର୍ବିକାଶ ପ୍ରକଳ୍ପ ଏବଂ ପିପିପି ମାଧ୍ୟମରେ ୧୫୦ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ
– ଆଇକନିକ ପର୍ଯ୍ୟଟନସ୍ଥଳୀକୁ ଯୋଡ଼ିବା ଲାଗି ତେଜସ ଭଳି ଟ୍ରେନ ସୁବିଧା
– ମୁମ୍ବାଇ ଓ ଅହମ୍ମଦାବାଦ ହାଇସ୍ପିଡ ଟ୍ରେନ ଲାଇନ ଉପରେ ସକ୍ରିୟତାର ସହ କାର୍ଯ୍ୟ।
– ୧୪୮ କିମି ଲମ୍ବ ବେଙ୍ଗାଲୁରୁ ଉପ-ନଗରାଚଂଳ ପରିବହନ ପ୍ରକଳ୍ପ ଲାଗି ୧୮,୬୦୦ କୋଟି ଟଙ୍କାର ବ୍ୟୟବରାଦ। କେନ୍ଦ୍ର ସରକାର ୨୦ ପ୍ରତିଶତ ବ୍ୟୟଭାର ବହନ କରିବେ ଏବଂ ପ୍ରକଳ୍ପ ବ୍ୟୟର ୬୦ ପ୍ରତିଶତ ଅର୍ଥ ବାହ୍ୟ ସହାୟତାରୁ ଯୋଗାଡ଼ କରାଯିବ।

ବନ୍ଦର ଓ ଜଳପଥ
– ଅତି କମରେ ଏକ ବଡ଼ ବନ୍ଦରକୁ ନିଗମରେ ରୂପାନ୍ତରଣ କରାଯିବ ଓ ଷ୍ଟକ ଏକ୍ସଚେଞ୍ଜରେ ଏହାକୁ ସୂଚୀବଦ୍ଧ କରାଯିବ।
– ଅଧିକ କାର୍ଯ୍ୟଦକ୍ଷ ବନ୍ଦର ଲାଗି ବୈଶ୍ୱିକ ମାନଦଣ୍ଡ ଅନୁରୂପ ସରକାରଙ୍କ ନୀତିଗତ ରୂପରେଖ।
– ପ୍ରଧାନମନ୍ତ୍ରୀ ‘ଅର୍ଥଗଙ୍ଗା’ ପରିକଳ୍ପନା ଅନୁରୂପ ନଦୀ ତଟରେ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରାଯିବ।

ବିମାନ ବନ୍ଦର :
– ଉଡ଼ାନ ଯୋଜନା ଅନ୍ତର୍ଗତ ଆହୁରି ୧୦୦ଟି ବିମାନ ବନ୍ଦର ୨୦୨୪ ସୁଦ୍ଧା ପୁନର୍ବିକଶିତ କରାଯିବ।
– ଏହି ଅବଧି ସୁଦ୍ଧା ବିମାନ ସଂଖ୍ୟା ବର୍ତମାନର ୬୦୦ରୁ ବୃଦ୍ଧି ପାଇଁ ୧୨୦୦ରେ ପହଁଚିବ ବୋଲି ଆଶା କରାଯାଉଛି।

ବିଦ୍ୟୁତ :
– ସ୍ମାର୍ଟ ମିଟର ସଂଯୋଗ।
– ବିଦ୍ୟୁତ ବିତରଣ କମ୍ପାନୀରେ ସୁଧାର ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ।

ଶକ୍ତି :
– ୨୦୨୦-୨୧ରେ ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୨ ହଜାର କୋଟି ଟଙ୍କା ବ୍ୟୟ ପ୍ରସ୍ତାବ।
– ଜାତୀୟ ଗ୍ୟାସ ଗ୍ରୀଡକୁ ବର୍ତମାନର ୧୬,୨୦୦ କିମିରୁ ବୃଦ୍ଧି କରାଯାଇ ୨୭୦୦୦ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ।
– ପାରଦର୍ଶୀ ମୂଲ୍ୟ ଏବଂ ନେଣଦେଣରେ ସହଜ ସୁବିଧା ଲାଗି ଆହୁରି ସୁଧାର।

ନୂତନ ଅର୍ଥବ୍ୟବସ୍ଥା
– ନୂତନ ପ୍ରଯୁକ୍ତିର ଲାଭ ଉଠାଇବା :
– ଘରୋଇ କ୍ଷେତ୍ର ଦ୍ୱାରା ସାରା ଦେଶରେ ଡାଟା ସେଂଟର ପାର୍କ ନିର୍ମାଣ କରିବା ଲାଗି ଖୁବଶୀଘ୍ର ନୀତି ପ୍ରଣୟନ କରାଯିବ।
– ଭାରତନେଟ ମାଧ୍ୟମରେ ଚଳିତ ବର୍ଷ ୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ଫାଇଭର ଟୁ ଦ ହୋମ (ଏଫଟିଟିଏଚ) ମାଧ୍ୟମରେ ଯୋଡ଼ାଯିବ।
– ୨୦୨୦-୨୧ରେ ଭାରତ ନେଟ କାର୍ଯ୍ୟକ୍ରମ ଲାଗି ୬ ହଜାର କୋଟି ଟଙ୍କାର ପ୍ରସ୍ତାବ।

ଷ୍ଟାର୍ଟଅପ୍ସର ଲାଭ ପାଇଁ ପ୍ରସ୍ତାବିତ ଉପାୟ
– ଆଇପିଆରର ଅବାଧ ପ୍ରୟୋଗ ଏବଂ ନିୟନ୍ତ୍ରଣ ସୁବିଧା ଦେବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦିଆଯିବ।
– ନୂଆ ଏବଂ ଉଦୀୟମାନ କ୍ଷେତ୍ର ସମେତ ବିଭିନ୍ନ ପ୍ରଯୁକ୍ତି କ୍ଷେତ୍ରରେ ଜ୍ଞାନ ଅନୁବାଦ କ୍ଲଷ୍ଟର ପ୍ରତିଷ୍ଠା କରାଯିବ।
– ଅବଧାରଣା ପ୍ରମାଣର ଡିଜାଇନିଂ, ନିର୍ମାଣ ଏବଂ ବୈଧିକରଣ ଲାଗି ଏବଂ ପ୍ରଯୁକ୍ତି କ୍ଲଷ୍ଟରକୁ ଆହୁରି ବୃଦ୍ଧି କରିବା ଲାଗି ଟେଷ୍ଟ ବେଡ ଏବଂ କ୍ଷୁଦ୍ର ଧରଣର ବିନିର୍ମାଣ ସୁବିଧା ପ୍ରତିଷ୍ଠା କରାଯିବ।
– ଭାରତର ଜେନେଟିକ ଲ୍ୟାଣ୍ଡସ୍କେପର ମ୍ୟାପିଂ ନିମନ୍ତେ ଏକ ବ୍ୟାପକ ଡାଟାବେସ ସୃଷ୍ଟି କରିବା ନିମନ୍ତେ ଦୁଇଟି ନବୀନ ରାଷ୍ଟ୍ରୀୟ ସ୍ତରର ବିଜ୍ଞାନ ଯୋଜନା ଶୁଭାରମ୍ଭ କରାଯିବ।
– ଷ୍ଟାର୍ଟଅପ୍ସର ପ୍ରଥମ ପର୍ଯ୍ୟାୟର ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସିଡ ଫଣ୍ଡ ସହିତ ପ୍ରାରମ୍ଭିକ ପାଣ୍ଠି ଯୋଗାଣ ଲାଗି ମଧ୍ୟ ପ୍ରସ୍ତାବ ରହିଛି।
– କ୍ୱାଂଟମ ପ୍ରଯୁକ୍ତି ଏବଂ ପ୍ରୟୋଗ ଉପରେ ଜାତୀୟ ଅଭିଯାନ ଲାଗି ୫ ବର୍ଷର ଅବଧି ନିମନ୍ତେ ୮ ହଜାର କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି।

ସାମାଜିକ କଲ୍ୟାଣ
– ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଷ୍ଟ୍ରୀୟ ପୋଷଣ ମିଶନ ନିମନ୍ତେ ୩୫, ୬୦୦ କୋଟି ଟଙ୍କା ଆବଂଟନ କରାଯିବାର ପ୍ରସ୍ତାବ।
– ମହିଳା କେନ୍ଦ୍ରୀତ କାର୍ଯ୍ୟକ୍ରମ ଲାଗି ୨୮, ୬୦୦ କୋଟି ଟଙ୍କାର ବ୍ୟବସ୍ଥା
– ମାତୃତ୍ୱରେ ପ୍ରବେଶ କରିବା ଲାଗି ମହିଳାଙ୍କ ବୟସ ସଂକ୍ରାନ୍ତ ପ୍ରସଙ୍ଗ ଉପରେ ଦୃଷ୍ଟି ପକାଇବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ। ୬ ମାସ ମଧ୍ୟରେ ଏହି ଟାସ୍କଫୋର୍ସ ଆବଶ୍ୟକ ସୁପାରିସ କରିବ।
– ସ୍ୱେରେଜ ସିଷ୍ଟମ ଅଥବା ସେପ୍ଟିକ ଟ୍ୟାଙ୍କର ସଫେଇ କାର୍ଯ୍ୟ ମାନୁଆଲ ପଦ୍ଧତିରେ କରାଯିବ ନାହିଁ। ଏହାକୁ ସୁନିଶ୍ଚିତ କରିବା ଲାଗି ଆବାସ ଓ ସହରାଞ୍ଚଳ ବ୍ୟପାର ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଉପଯୁକ୍ତ ପ୍ରଯୁକ୍ତି ଚିହ୍ନଟ କରାଯିବା ସହ ବ୍ୟାପକ ପରିମାଣରେ ଏହାକୁ ମଞ୍ଜୁର କରିବା ନିମନ୍ତେ ଆର୍ଥିକ ସହାୟତା ଦିଆଯିବ।
– ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ୨୦୨୦-୨୧ ବର୍ଷ ଲାଗି ୮୫, ୦୦୦ କୋଟି ଟଙ୍କାର ପ୍ରସ୍ତାବ।
– ଅନୁସୂଚିତ ଜନଜାତିଙ୍କ ଅଧିକ ବିକାଶ ଓ କଲ୍ୟାଣ ଲାଗି ୫୩,୭୦୦ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି।
– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ୨୦୨୦-୨୧ ବର୍ଷ ପାଇଁ ୯,୫୦୦ କୋଟି ଟଙ୍କା ଆବଂଟନ।

ସଂସ୍କୃତି ଓ ପର୍ଯ୍ୟଟନ
– ପର୍ଯ୍ୟଟନର ପ୍ରୋତ୍ସାହନ ଲାଗି ୨୦୨୦-୨୧ରେ ୨୫୦୦ କୋଟି ଟଙ୍କାର ବ୍ୟୟବରାଦ।
– ୨୦୨୦-୨୧ ବର୍ଷ ଲାଗି ସଂସ୍କୃତି ମନ୍ତ୍ରଣାଳୟ ନିମନ୍ତେ ୩୧୫୦ କୋଟି ଟଙ୍କାର ଆବଂଟନ ପ୍ରସ୍ତାବ।
– ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଭାବେ ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରସ୍ତାବ।
– ସଂଗ୍ରହାଳୟ ସହିତ ୫ଟି ପ୍ରତ୍ନତାତ୍ୱିକସ୍ଥଳୀକୁ ପ୍ରତିମାନ କେନ୍ଦ୍ର ଭାବେ ବିକଶିତ କରାଯିବ।
– ରାକ୍ଷୀଗଡ଼ି (ହରିୟାଣା)
– ହସ୍ତିନାପୁର (ଉତର ପ୍ରଦେଶ)
– ଶିବସାଗର (ଆସାମ)
– ଧୋଲାବିରା (ଗୁଜରାଟ)
– ଆଦିଚାନାଲ୍ଲୁର (ତାମିଲନାଡ଼ୁ)
– ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ ୨୦୨୦ରେ କୋଲକାତାର ଭାରତୀୟ ସଂଗ୍ରହାଳୟର ପୁନରୁଦ୍ଧାର ପାଇଁ ଘୋଷଣା କରାଯାଇଛି।
– କୋଲକାତାରେ ଐତିହାସିକ ପୁରୁଣା ଟକ୍ସାଲ ଭବନରେ ମୁଦ୍ରା ବିଷୟକ ଏବଂ ବ୍ୟବସାୟ ଉପରେ ଏକ ସଂଗ୍ରହାଳୟ ମଧ୍ୟ ରହିବ।
– ସାରା ଦେଶରେ ଆହୁରି ଚାରିଟି ସଂଗ୍ରହାଳୟର ନବୀକରଣ କରାଯିବ।
– ଝାଡ଼ଖଣ୍ଡର ରାଞ୍ଚିରେ ଏକ ଜାତୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ସହଯୋଗ।
– ଅହମଦାବାଦ ନିକଟସ୍ଥ ହରପ୍ପା ସଭ୍ୟତାର ନୌପରିବହନ ସ୍ଥଳୀ- ଲୋଥାଲରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏକ ଜାହାଜ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ।
– ରାଜ୍ୟ ସରକାରଙ୍କ ଦ୍ୱାରା କେତେକ ଚିହ୍ନଟ ସ୍ଥାନ ଲାଗି ଏକ ଯୋଜନା ପ୍ରସ୍ତୁତ କରାଯିବାର ଅନୁମାନ କରାଯାଉଛି। ୨୦୨୧ରେ ଆର୍ଥିକ ଯୋଜନା ପ୍ରସ୍ତୁତ କରାଯିବ, ଯାହାର ଅନ୍ତର୍ଗତ ୨୦୨୦-୨୧ରେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ।

ପରିବେଶ ଓ ଜଳବାୟୁ ପରିବର୍ତନ
– ଏଥିପାଇଁ ୨୦୨୦-୨୧ ବର୍ଷରେ ୪୪୦୦ କୋଟି ଟଙ୍କା ଆବଂଟନ କରାଯାଇଛି।
– ଅତ୍ୟଧିକ ମାତ୍ରାରେ କାର୍ବନ ନିର୍ଗମନ କରୁଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଲାଗି ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ ସେଗୁଡ଼ିକୁ ଚଳାଇବା ଏବଂ ସେଗୁଡ଼ିକ ଲାଗି ଖାଲି ଥିବା ଜମିର ବିକଳ୍ପ ଉପଯୋଗ ନିମନ୍ତେ ପ୍ରସ୍ତାବ।
– ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରରେ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଯୋଜନା କାର୍ଯ୍ୟକାରୀ କରି ପ୍ରୋତ୍ସାହନ ଦିଆଯିବ।
– ପ୍ରଧାନମନ୍ତ୍ରୀ ଦିଲ୍ଲୀ ସଚିବାଳୟ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ସମ୍ମିଳନୀ (ସିଡିଆରଆଇ)ର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ସୌର ମେଂଟ ଆରମ୍ଭ କରିବା ପରେ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ପ୍ରୟାସ।

ପ୍ରଶାସନ
– ନିରପେକ୍ଷ, ଦୁର୍ନୀତିମୁକ୍ତ, ନୀତି ପରିଚାଳିତ, ସଠିକ ଉଦ୍ଦେଶ୍ୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ଠାରେ ବିଶ୍ୱାସ।
– ଟିକସ ପ୍ରଶାସନରେ ନିରପେକ୍ଷତା ଏବଂ ଦକ୍ଷତା ଆଣିବା ଲାଗି ଟିକସଦାତା ଚାର୍ଟର ଗଠନ।
– ଦେୱାନୀ ପ୍ରକୃତିର କେତେକ ଆଇନକୁ ଫୌଜଦାରୀ ଦଣ୍ଡବିଧାନରୁ ମୁକ୍ତ କରିବା ଲାଗି କମ୍ପାନୀ ଆଇନରେ ସଂଶୋଧନ ଅଣାଯିବ।
– ଏହିପରି ବ୍ୟବସ୍ଥା ଥିବା ଅନ୍ୟ ଆଇନଗୁଡ଼ିକର ଯାଞ୍ଚ ପରେ ସେଗୁଡ଼ିକୁ ଠିକ କରାଯିବ।
– ସରକାରୀ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଗେଜେଟେଡ ପଦବୀ ନିଯୁକ୍ତିରେ ପ୍ରମୁଖ

ସୁଧାର:
– ଏକ ସ୍ୱତନ୍ତ୍ର, ପେସାଦାର, ବିଶେଷଜ୍ଞ ସଂଗଠନ ଭାବେ ଏକ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯାଇଛି। ଏହି ସଂସ୍ଥା ଗେଜେଟେଡ ପଦବୀରେ ନିଯୁକ୍ତି ଲାଗି କମ୍ପୁଟର ଆଧାରିତ ଅନଲାଇନ ସାଧାରଣ ଯୋଗ୍ୟତା ପରୀକ୍ଷା ଆୟୋଜନ କରିବ।
– ପ୍ରତ୍ୟେକ ଜିଲ୍ଲାରେ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାରେ ଏକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ।
– ସର୍ବଶ୍ରେଷ୍ଠ ମେଧାବୀ ଏବଂ ପେସାଦାର ବିଶେଷଜ୍ଞମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ସହିତ ନିଯୁକ୍ତିର ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବାର ପ୍ରସ୍ତାବ।
– ଚୁକ୍ତି ଆଇନକୁ ସୁଦୃଢ଼ କରାଯିବ।
– ଏଆଇ ସହିତ ନବୀନତମ ପ୍ରଯୁକ୍ତିର ଉପଯୋଗକୁ ପ୍ରୋତ୍ସାହନ।
– ଅତ୍ୟାଧୁନିକ ଡାଟା ସଂଗ୍ରହ, ସମନ୍ୱିତ ସୂଚନା ପୋର୍ଟାଲ ଏବଂ ଧାର୍ଯ୍ୟ ସମୟରେ ସୂଚନା ପ୍ରସାର ଦିଗରେ ଏକ କାର୍ଯ୍ୟ ଯୋଜନା।
– ଭାରତରେ ୨୦୨୨ରେ ଆୟୋଜିତ ହେବାକୁ ଥିବା ଜି-୨୦ ବୈଠକ ପ୍ରସ୍ତୁତି ନିମନ୍ତେ ମୋଟ ୧୦୦ କୋଟି ଟଙ୍କା ଆବଂଟନ।
– ଉତରପୂର୍ବାଞ୍ଚଳର ବିକାଶ :
– ସରକାରଙ୍କ ଦ୍ୱାରା ଅନଲାଇନ ପୋର୍ଟାଲର ବ୍ୟବହାର ଫଳରେ ପାଣ୍ଠି ହସ୍ତାନ୍ତରରେ ସୁଧାର।
– ବହୁପକ୍ଷୀୟ ଏବଂ ଦ୍ୱିପାକ୍ଷିକ ଅର୍ଥ ଯୋଗାଣ ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା
– କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିକାଶ :
– ୨୦୨୦-୨୧ ଆର୍ଥିକ ବର୍ଷରେ ୩୦, ୭୫୭ କୋଟି ଟଙ୍କାର ବ୍ୟବସ୍ଥା
– କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଲାଗି ୫୯୫୮ କୋଟି ଟଙ୍କା ଆବଂଟନ

ଆର୍ଥିକ କ୍ଷେତ୍ର
– ରାଷ୍ଟ୍ରାୟତ ବ୍ୟାଙ୍କରେ ସୁଧାର :
– ୧୦ ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ପରିଣତ କରାଗଲା।
– ୩,୫୦, ୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ।
– ରାଷ୍ଟ୍ରୟାତ ବ୍ୟାଙ୍କରେ ପାରଦର୍ଶିତା ଆଣିବା ଏବଂ ଉନ୍ନତ ପେସାଦାର ବ୍ୟବସ୍ଥା ଲାଗି ଶାସନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ।
– ପୁଞ୍ଜି ସଂଗ୍ରହ ଲାଗି ପୁଞ୍ଜି ବଜାରରେ ପ୍ରବେଶ ନିମନ୍ତେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କକୁ ପ୍ରୋତ୍ସାହିତ କରାଯାଉଛି।
– ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଂଟି ନିଗମ (ଡିଆଇସିଡିସି) ଜମା ବୀମା ପରିଧିକୁ ପ୍ରତ୍ୟେକ ଜମାକାରୀଙ୍କ ପିଛା ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଅନୁମତି।
– ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରଖି, ଏକ ସଶକ୍ତ ବ୍ୟବସ୍ଥା ଦ୍ୱାରା ବିଜ୍ଞପିତ ବାଣିଜ୍ୟିକ ବ୍ୟାଙ୍କର ସ୍ଥିତି ଅନୁଧ୍ୟାନ ବ୍ୟବସ୍ଥା।
– ବ୍ୟାଙ୍କିଙ୍ଗ ନିୟାମକ ଆଇନରେ ସଂଶୋଧନ ଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକର

ସଶକ୍ତିକରଣ :
– ପେସାଦାର ବ୍ୟବସ୍ଥା ସୁଦୃଢ଼।
– ସହଜ ପୁଞ୍ଜି ଉପଲବ୍ଧତା।
– ପ୍ରଶାସନରେ ସୁଧାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ଦୃଢ଼ କାରବାର ପାଇଁ ନିର୍ଦ୍ଦେଶ।
– ଋଣ ଆଦାୟ ନିମନ୍ତେ ଏନବିଏଫସିର ଯୋଗ୍ୟତା ସୀମା ହ୍ରାସ କରାଗଲା:
– ୫୦୦ କୋଟି ଟଙ୍କାରୁ ୧୦୦ କୋଟି ଟଙ୍କାର ସମ୍ପତି ଆକାର
– ୧ କୋଟି ଟଙ୍କାରୁ ୫୦ ଲକ୍ଷ ଟଙ୍କା ପଯ୍ୟନ୍ତ ଋଣ ଆକାର
– ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଘରୋଇ ପୁଞ୍ଜି :
– ସରକାର ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଆଇଡିବିଆଇ ବ୍ୟାଙ୍କରେ ନିଜର ଅବଶିଷ୍ଟ ଅଂଶଧନ ଘରୋଇ, ଖୁଚୁରା ଏବଂ ସଂସ୍ଥାଗତ ନିବେଶକଙ୍କୁ ବିକ୍ରି କରିବେ।
– ନିଯୁକ୍ତି ସମୟରେ ଯାତୟାତରେ ସୁବିଧା:
– ସାର୍ବଜନିନ ପେନସନ ସୁରକ୍ଷାରେ ସ୍ୱତଃପଞ୍ଜିକରଣ
– ଅର୍ଥ ସୁରକ୍ଷା ଲାଗି ଆନ୍ତଃ-ପରିଚାଳିତ ପ୍ରଣାଳୀ।
– ଭାରତୀୟ ପେନସନ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣରେ ସଂଶୋଧନ କରି :
– ପିଏଫଆରଡିଏଆଇର ନିୟାମକ ଭୂମିକାକୁ ମଜବୁତ କରାଯିବ।
– ପିଏଫଆରଡିଏଆଇରୁ ସରକାରୀ କର୍ମଚାରୀଙ୍କ ଲାଗି ଏନପିଏସ ଟ୍ରଷ୍ଟକୁ ପୃଥକ କରିବାର ସୁବିଧା ପ୍ରଦାନ କରାଯିବ।
– ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ପେନସନ ଟ୍ରଷ୍ଟ ପ୍ରତିଷ୍ଠା ହୋଇପାରିବ।
– ଉପାଦାନ ନିୟାମକ ଆଇନ ୨୦୧୧ରେ ସଂଶୋଧନ ଦ୍ୱାରା :
– ଟିଆରଇଡିଏସ ମାଧ୍ୟମରେ ଏମଏସଏମଇକୁ ପାଣ୍ଠି ଯୋଗାଣ ବୃଦ୍ଧିରେ ଏନବିଏଫସି ସକ୍ଷମ ହୋଇପାରିବ।
– ବ୍ୟାଙ୍କଗୁଡ଼ିକ ଦ୍ୱାରା ଏମଏସଏମଇ ଉଦ୍ୟମିଙ୍କ ଲାଗି ସହାୟକ ଋଣ ପ୍ରଦାନ ନିମନ୍ତେ ନୂଆ ଯୋଜନା:
– ଏହାକୁ ଅର୍ଧ ପ୍ରତିଭୂତି ଭାବେ ବିବେଚନା କରାଯିବ।
– ଏମଏସଏମଇ ଲାଗି କ୍ରେଡିଟ ଗ୍ୟାରେଂଟି ଟ୍ରଷ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ଗ୍ୟାରେଂଟି ଦିଆଯିବ।
– ସରକାରଙ୍କ ଦ୍ୱାରା ତଦନୁସାରେ ସିଜିଟିଏମଏସଇ ଲାଗି ପାଣ୍ଠି ଯୋଗାଡ଼ କରାଯିବ।
– ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏମଏସଏମଇ ଋଣ ପୁନର୍ଗଠନ ନିମନ୍ତେ ୱିଣ୍ଡୋକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଗୋଟିଏ ବର୍ଷ ଲାଗି ବୃଦ୍ଧି କରାଯିବ।
– ବର୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଏମଏସଏମଇକୁ ଲାଭ ମିଳିସାରିଛି।
– ଏମଏସଏମଇ ଲାଗି ଆପ ଆଧାରିତ ଇନଭଏସ ଫାଇନାନ୍ସି ଲୋନ ପ୍ରଡକ୍ଟର ଶୁଭାରମ୍ଭ।
– ପରିଶୋଧରେ ବିଳମ୍ବ ସମସ୍ୟା ନିରାକରଣ ଲାଗି ନିଆଯାଇଛି ପଦକ୍ଷେପ।
– ଏମଏସଏମଇ ପାଇଁ ରପ୍ତାନି ପ୍ରୋତ୍ସାହନ:
– ଔଷଧ, ମୋଟରଯାନ ସରଞ୍ଜାମ ଭଳି ଅନ୍ୟ ବଚ୍ଛା ବଛା କ୍ଷେତ୍ର ପାଇଁ।
– ଏକ୍‍ଜିମ ବ୍ୟାଙ୍କ ଓ ଏସଆଇଡିବିଆଇ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇଛି।
– ପ୍ରଯୁକ୍ତି ଉନ୍ନୟନ, ଗବେଷଣା ଓ ବିକାଶ, କାରବାରର କାର୍ଯ୍ୟନୀତି ଆଦି ପାଇଁ ସହାୟତା।

ଆର୍ଥିକ ବଜାର
– ବଣ୍ଡ ବଜାରକୁ ସଶକ୍ତ କରିବା :
– କେତେକ ନିର୍ଦ୍ଧାରିତ ସରକାରୀ ପ୍ରତିଭୂତି ଶ୍ରେଣୀକୁ ଅଣନିବାସୀ ନିବେଶକଙ୍କ ଲାଗି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ।
– କର୍ପୋରେଟ ବଣ୍ଡରେ ଏଫପିଆଇର ସୀମାକୁ ୯ ପ୍ରତିଶତରୁ ବୃଦ୍ଧି କରି ୧୫ ପ୍ରତିଶତ କରି ଦିଆଯାଇଛି।

ଭିତିଭୂମିକୁ ପାଣ୍ଠିଯୋଗାଣ
– ୧୦୩ ଲକ୍ଷ କୋଟି ଟଙ୍କାର ଜାତୀୟ ଭିତିଭୂମି ପାଇପ ଲାଇନ ପ୍ରକଳ୍ପର ଘୋଷଣା କରାଯାଇଛି।
– ଆଇଆଇଏଫସିଏଲ ଏବଂ ଏନଆଇଆଇଏଫ ଭଳି ଭିତିଭୂମି ଅର୍ଥ ଯୋଗାଣ କମ୍ପାନୀଗୁଡ଼ିକୁ ସହାୟତା ଲାଗି ୨୨ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ।
– ଆଇଏଫଏସସି, ଗିଫ୍ଟ ସିଟି : ଏଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ଅର୍ଥ ଏବଂ ସର୍ବୋତମ ଡାଟା ପ୍ରୋସେସିଂ କେନ୍ଦ୍ର ହେବାର କ୍ଷମତା ରହିଛି।
– ବିନିୟାମକର ଅନୁମୋଦନ କ୍ରମେ ବୈଶ୍ୱିକ ବଜାରରେ ଭାଗୀଦାରଙ୍କ ଦ୍ୱାରା ବ୍ୟବସାୟ ଲାଗି ଅତିରିକ୍ତ ବିକଳ୍ପ ଭାବେ ଏକ ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ପ୍ରତିଷ୍ଠା କରାଯିବ।

ପୁଞ୍ଜି ପ୍ରତ୍ୟାହାର
– ସରକାର ଏଲଆଇସିରେ ନିଜ ଅଂଶଧନକୁ ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛନ୍ତି।

ରାଜକୋଷ ପରିଚାଳନା
– ପଞ୍ଚଦଶ ଅର୍ଥ ଆୟୋଗ (ଏଫସି)
– ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୧ ଆର୍ଥିକ ବର୍ଷର ପାଇଁ ନିଜର ପ୍ରଥମ ରିପୋର୍ଟ ଦେଇସାରିଛନ୍ତି।
– ଏହାର ସୁପାରିସକୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ସ୍ୱୀକାର କରି ନିଆଯାଇଛି।
– ୨୦୨୦-୨୧ରୁ ଆରମ୍ଭ ହେଉଥିବା ୫ ବର୍ଷ ଲାଗି ଆୟୋଗ ନିଜର ଅନ୍ତିମ ରିପୋର୍ଟ ଚଳିତ ବର୍ଷ ପ୍ରଦାନ କରିବେ।
– ଜିଏସଟି କ୍ଷତିପୂରଣ ପାଣ୍ଠି
– ୨୦୧୬-୧୭ ଏବଂ ୨୦୧୭-୧୮ରେ ରାଜସ୍ୱ ସଂଗ୍ରହ ମଧ୍ୟରୁ ଦେୟ ବକେୟା ରାଶି ଦୁଇଟି କିସ୍ତିରେ ପାଣ୍ଠିକୁ ହସ୍ତାନ୍ତରିତ କରାଯିବ।
– ଏହାପରେ ଏହି ପାଣ୍ଠିକୁ ହସ୍ତାନ୍ତରିତ ଅର୍ଥ କେବଳ ଜିଏସଟି କ୍ଷତିପୂରଣ ସେସ ପର୍ଯ୍ୟନ୍ତ ହିଁ ସୀମିତ ରହିବ।
– କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି।
– ପରିବର୍ତୀତ ସାମାଜିକ ଏବଂ ଆର୍ଥିକ ଆବଶ୍ୟକତା ଅନୁଯାୟୀ ଏହାକୁ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି।
– ସୀମିତ ସରକାରୀ ସମ୍ବଳର ଉଚିତ ଉପଯୋଗ ସୁନିଶ୍ଚିତ ହେବା ଆବଶ୍ୟକ।
– ସମ୍ଭାବ୍ୟ ରାଜକୋଷ ତଥ୍ୟରେ ପାରଦର୍ଶୀତା ଏବଂ ବିଶ୍ୱସନୀୟତା ଉପରେ ଦେଖାଦେଇଥିବା ବିତର୍କ ପ୍ରସଙ୍ଗରେ ଏହି ଅଶ୍ୱାସନା ଦିଆଯାଇଛି ଯେ ଏଥିପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ଏଫଆରବିଏମ ଆଇନ ଅନୁରୂପ ଅଟେ।
– ୨୦୧୯-୨୦ ଆର୍ଥିକ ବର୍ଷ ଲାଗି
– ସଂଶୋଧିତ ବ୍ୟୟ ଆକଳନ : ୨୬.୯୯ ଲକ୍ଷ କୋଟି
– ସମ୍ଭାବ୍ୟ ସଂଶୋଧିତ ସଂଗ୍ରହ ଆକଳନ : ୧୯.୩୨ ଲକ୍ଷ କୋଟି ଟଙ୍କା
– ୨୦୨୦-୨୧ ଆର୍ଥିକ ବର୍ଷ ଲାଗି
– ଜିଡିପିର ସାଧାରଣ ବୃଦ୍ଧି୧୦% ରହିବା ଅନୁମାନ।
– ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା।
– ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା।
– ନିକଟରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଗୁରୁତ୍ୱପୂର୍ଣ୍ଣ ସୁଧାର ଆରମ୍ଭ ହୋଇଛି। ତେବେ ଟିକସ ସଂଗ୍ରହରେ ବୃଦ୍ଧି ପାଇଁ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।
– ସଂଶୋଧିତ ବଜେଟ ଆକଳନରେ ୨୦୧୯ରେ ବିତୀୟ ନିଅଂଟ ୩.୮ ପ୍ରତିଶତ ଥିଲା ଏବଂ ୨୦୨୦-୨୧ରେ ୩.୫ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ଏହାର ଦୁଇଟି ପ୍ରମୁଖ କାରକ ରହିଛନ୍ତି।
– ୨୦୧୯-୨୦ ଲାଗି ୩.୩ ପ୍ରତିଶତ ଏବଂ ୨୦୨୦-୨୧ ଲାଗି ବଜେଟ ଅନୁମାନର ୩ ପ୍ରତିଶତ।
– ସଂଶୋଧିତ ଆକଳନ ୨୦୧୯-୨୦ ଏବଂ ବଜେଟ ଅନୁମାନ ୨୦୨୦-୨୧ ଉଭୟ ଲାଗି ଏଫଆରବିଏମ ଆଇନର ଧାରା ୪(୩) ସହିତ ବିଚ୍ୟୁତି ୦.୫ ପ୍ରତିଶତରେ ସ୍ଥିର ରହିଛି। (ଅପ୍ରତ୍ୟାଶିତ ରାଜସ୍ୱ ପ୍ରଭାବ ସହିତ ଅର୍ଥବ୍ୟବସ୍ଥାରେ ଢାଞ୍ଚାଗତ ସୁଧାର କାରଣରୁ ଆନୁମାନିକ ରାଜସ୍ୱ ନିଅଂଟରୁ ବିଚ୍ୟୁତି ଲାଗି ଏଫଆରବିଏମ ଆଇନର ଧାରା ୪(୨) ଏକ ଟ୍ରିଗର ପଦ୍ଧତିର ବ୍ୟବସ୍ଥା କରିଛି।
– ଏହି ରାଜସ୍ୱ ମାର୍ଗ ରାଷ୍ଟ୍ରାୟତ ପାଣ୍ଠିରେ ନିବେଶର ଆବଶ୍ୟକତା ସହ ସାଲିସ ନକରି ରାଜକୋଷକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଏହି ବ୍ୟବସ୍ଥା ମଧ୍ୟମ କ୍ରମ ଆର୍ଥିକ ନୀତି ତଥା ରଣନୈତିକ ବିବରଣୀରେ ଉଲ୍ଲେଖ କରାଯାଇଛି।
– ବଜାର ଋଣ-ନିଟ ବଜାର ଋଣ-୨୦୧୯-୨୦ ବର୍ଷ ଲାଗି ୪.୯୯ ଲକ୍ଷ କୋଟି ଟଙ୍କା ଏବଂ ୨୦୨୦-୨୧ ବର୍ଷ ଲାଗି ୫.୩୬ କୋଟି ଟଙ୍କା।
– ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଋଣର ଏକ ବୃହତ ଅଂଶ ପୁଞ୍ଜିଗତ ବ୍ୟୟ ଲାଗି ଚାଲିଯିବ। ଏହା ଏବେ ୨୧ ପ୍ରତିଶତରୁ ଅଧିକ ହୋଇଗଲାଣି।

ପ୍ରତ୍ୟକ୍ଷ ଟିକସ
ପ୍ରତ୍ୟକ୍ଷ ଟିକସ ପ୍ରସ୍ତାବ : ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଟିକସ ଢାଞ୍ଚାକୁ ସରଳ କରାଯାଇଛି, ଅନୁପାଳନକୁ ସରଳ କରାଯାଇଛି ଏବଂ ମାମଲାଖୋରୀ କମ ହୋଇଛି। ବ୍ୟକ୍ତିଗତ ଆୟକର ମଧ୍ୟବିତ ଆୟକରଦାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି।
– ନୂଆ ଏବଂ ସରଳ ବ୍ୟକ୍ତିଗତ ଆୟ ବ୍ୟବସ୍ଥା ପ୍ରସ୍ତାବିତ ଟିକସଯୋଗ୍ୟ ଆୟକର

ସ୍ଲାବ                 ବର୍ତମାନର ଟିକସ ଦର                    ନୂଆ ଟିକସ ଦର
୦-୨.୫ ଲକ୍ଷ             ଛାଡ଼                                       ଛାଡ଼
୨.୫-୫ ଲକ୍ଷ             ୫%                                      ୫%
୫-୭.୫ ଲକ୍ଷ            ୨୦%                                    ୧୦%
୭.୫-୧୦ ଲକ୍ଷ         ୨୦%                                     ୧୫%
୧୦-୧୨.୫ ଲକ୍ଷ       ୩୦%                                     ୨୦%
୧୨.୫-୧୫ ଲକ୍ଷ       ୩୦%                                     ୨୫%
୧୫ ଲକ୍ଷରୁ ଊର୍ଦ୍ଧ୍ବ         ୩୦%                                     ୩୦%
– ବର୍ତମାନର ଛାଡ଼ ଏବଂ ରିହାତି (୧୦୦ରୁ ଅଧିକ) ମଧ୍ୟରେ ପାଖାପାଖି ୭୦ଟିକୁ ନୂଆ ସରଳୀକୃତ ପ୍ରଣାଳୀରେ ଦୂରେଇ ଦିଆଯିବ।
– ଅବଶିଷ୍ଟ ଛାଡ଼ ଏବଂ ରିହାତିକୁ ଆଗାମୀ ବର୍ଷଗୁଡ଼ିକରେ ସମୀକ୍ଷା କରାଯାଇ ଯୁକ୍ତିଯୁକ୍ତ କରାଯିବ।
– ନୂଆ ଟିକସ ବ୍ୟବସ୍ଥା ବୈକଳ୍ପିକ ହେବ : ଜଣେ ବ୍ୟକ୍ତି ଚାହିଁଲେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଟିକସ ପଇଠ କରିପାରିବେ ଏବଂ ରିହାତି ଓ ଛାଡ଼ର ଲାଭ ନେଇପାରିବେ।
– ନୂଆ ପଦ୍ଧତି ଫଳରେ ପ୍ରତିବର୍ଷ ୪୦ ହଜାର କୋଟି ଟଙ୍କାର ଆନୁମାନିକ ରାଜସ୍ୱ ହରାଇବାକୁ ପଡ଼ିବ।

କର୍ପୋରେଟ ଟିକସ :
– ୧୫ ପ୍ରତିଶତ ଟିକସ ଦର ନୂଆ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡ଼ିକୁ ପ୍ରଦାନ କରାଯିବ।
– ଭାରତୀୟ କର୍ପୋରେଟ ଟିକସ ଦର ଏବେ ବିଶ୍ୱରେ ସବୁଠୁ କମ।
– ଲାଭାଂଶ ବିତରଣ ଟିକସ (ଡିଡିଟି)
– ଡିଡିଟି ଭାରତକୁ ଅଧିକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳୀ ହେବାରେ ବାଧକ ସାଜିଛି।
– ହୋଲ୍ଡିଂ କମ୍ପାନୀଗୁଡ଼ିକୁ ଏହାର ସହାୟକ କମ୍ପାନୀରୁ ହାସଲ ହୋଇଥିବା ଲାଭାଂଶ ପାଇଁ ଛାଡ଼ ଅନୁମତି।
– ୨୫ ହଜାର କୋଟି ଟଙ୍କାର ଆନୁମାନିକ ବାର୍ଷିକ ରାଜସ୍ୱ ବ୍ୟୟଭାର।
– ଷ୍ଟାର୍ଟଅପ
— ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ କାରବାର ଥିବା ଷ୍ଟାର୍ଟଅପଗୁଡ଼ିକୁ ୧୦ ବର୍ଷ ମଧ୍ୟରୁ ଲଗାତାର ତିନୋଟି ଆକଳନ ବର୍ଷ ଲାଗି ୧୦୦% ଛାଡ଼ର ଲାଭ।
– ଇ-ସପ୍ସ ଲାଗି ଟିକସ ପରିଶୋଧରୁ ରିହାତି।
– କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏମଏସଏମଇ
– କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ମୋଟ କାରବାରର ସର୍ବାଧିକ ସୀମାରେ ପାଞ୍ଚ ଗୁଣା ବୃଦ୍ଧି କରି ବର୍ତମାନର ୧ କୋଟି ଟଙ୍କାରୁ ୫ କୋଟି ଟଙ୍କା ନିର୍ଦ୍ଧାରଣ କରିବାର ପ୍ରସ୍ତାବ। ଏହି ବୃଦ୍ଧି କେବଳ ସେହି ବ୍ୟବସାୟୀଙ୍କ ନିମନ୍ତେ ପ୍ରଯୁଜ୍ୟ ହେବ ଯେଉଁମାନେ ନିଜ ବ୍ୟବସାୟ ସମ୍ବନ୍ଧୀୟ ନେଣଦେଣରେ ନଗଦ ଟଙ୍କାର କମ କାରବାର କରିଛନ୍ତି।
– ସମବାୟ ସଂସ୍ଥା
– ସମବାୟ ସଂସ୍ଥା ଏବଂ କର୍ପୋରେଟ କ୍ଷେତ୍ର ମଧ୍ୟରେ ସମାନତା ଆଣିବାର ପ୍ରୟାସ।
– ସମବାୟ ସଂସ୍ଥା ଉପରେ ଛାଡ଼/ରିହାତି ବିନା ୧୦ପ୍ରତିଶତ ସରଚାର୍ଜ ଏବଂ ୪% ସେସ ସହିତ ୨୨% ଟିକସ ପଇଠର ବିକଳ୍ପ।
– ସମବାୟ ସଂସ୍ଥାଗୁଡ଼ିକୁ ବୈକଳ୍ପିକ ସର୍ବନିମ୍ନ ଟିକସ (ଏଏମଟି)ରୁ ଛାଡ଼ ମିଳିବ, ଯେପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବୈକଳ୍ପିକ ଟିକସ (ମ୍ୟାଟ)ରୁ ଛାଡ଼ ମିଳିଥାଏ।
– ବିଦେଶୀ ନିବେଶ ଲାଗି ରିହାତି
– ବିଦେଶୀ ସରକାରଙ୍କ ସୋଭରେନ ସମ୍ପତି ପାଣ୍ଠି ଦ୍ୱାରା ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ୩୧ ମାର୍ଚ୍ଚ ୨୦୨୪ ପୂର୍ବରୁ ଏବଂ ସର୍ବନିମ୍ନ ତିନି ବର୍ଷ ଲାଗି ଲକ ଇନ ଅବଧି ସହିତ ଭିତିଭୂମି ଓ ପ୍ରାଥମିକ କ୍ଷେତ୍ରରେ କରାଯାଇଥିବା ନିବେଶ ଉପରେ ସୁଧ, ଲାଭାଂଶ ଓ ପୁଞ୍ଜିଗତ ଲାଭରେ ୧୦୦% ଛାଡ଼ ଦେବାର ପ୍ରସ୍ତାବ।
– ଶସ୍ତା ଆବାସ
– ଶସ୍ତା ଆବାସ କ୍ରୟ ନିମନ୍ତେ କରାଯାଇଥିବା ଋଣ ପାଇଁ ଦେୟ ସୁଧରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ର ଅବଧିକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
– ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଅନୁମୋଦିତ ଶସ୍ତା ଆବାସ ପ୍ରକଳ୍ପର ଡେଭଲପର୍ସଙ୍କ ଦ୍ୱାରା ଅର୍ଜିତ ଲାଭ ଉପରେ ଟିକସ ହୋଲ୍ଡିଂର ବ୍ୟବସ୍ଥା।
– ଟିକସକୁ ସରଳ କରିବାର ଉପାୟ
– ଆଧାର ଜରିଆରେ ତୁରନ୍ତ ପ୍ୟାନର ଅନଲାଇନ ଆବଂଟନ।
– ପ୍ରତ୍ୟକ୍ଷ ଟିକସ ସହ ଜଡ଼ିତ ମାମଲାଖୋରୀକୁ କମ କରିବା ଲାଗି ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇ ‘ବିବାଦରୁ ବିଶ୍ୱାସ’ ଯୋଜନା।
– ସୁଧ ଏବଂ ଜୋରିମାନାରେ ଛାଡ଼-କେବଳ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିବାଦୀୟ ଟିକସର ପରିଶୋଧ ଲାଗି ଉଦ୍ଦିଷ୍ଟ।
– ୩୧ ମାର୍ଚ୍ଚ ୨୦୨୦ ପରେ ଏହି ଲାଭ ପାଇଁ ଅତିରିକ୍ତ ଅର୍ଥ ପରିଶୋଧ ବ୍ୟବସ୍ଥା।
– ଯଦି କୌଣସି ସ୍ତରରେ ଅପିଲ ପଡ଼ି ରହିଛି ତାର ଲାଭ ଟିକସଦାତାଙ୍କୁ ମିଳିବ।
– ଆୟକର ଆଇନରେ ସଂଶୋଧନ ଜରିଆରେ ଫେସଲେସ ଅପିଲ ସୁବିଧା। ବଦାନ୍ୟ ସଂସ୍ଥା ଲାଗି :
– ଦାନ ଗ୍ରହୀତାଙ୍କ ଦ୍ୱାରା ପ୍ରଦତ ସୂଚନା ଆଧାରରେ ଟିକସଦାତାଙ୍କ ବିବରଣୀରେ ଦାନକର୍ତାଙ୍କ ସମ୍ପର୍କରେ ପୂର୍ବରୁ ସୂଚନା ଦେବାର ବ୍ୟବସ୍ଥା।
– ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଇଲେକଟ୍ରୋନିକ କରିବାର ପ୍ରସ୍ତାବ।
– ନୂଆ ଏବଂ ବର୍ତମାନର ସମସ୍ତ ବଦାନ୍ୟ ସଂସ୍ଥାଗୁଡ଼ିକୁ ଏକ ସ୍ୱତନ୍ତ୍ର ପଞ୍ଜିକରଣ ସଂଖ୍ୟା (ୟୁଆରଏନ) ଜାରି କରାଯିବ।
– ନୂଆ ବଦାନ୍ୟ ସଂସ୍ଥାକୁ ତିନି ବର୍ଷ ଲାଗି ଅସ୍ଥାୟୀ ପଞ୍ଜିକରଣ ଦେବାର ବ୍ୟବସ୍ଥା।
– ସିବିଡିଟି ଏକ ଟିକସଦାତା ଚାର୍ଟର ବ୍ୟବସ୍ଥା କରିବ।

ଜିଏସଟି :
– ଇନଭଏସ ମାଗୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ନଗଦ ପ୍ରୋତ୍ସାହନ ବ୍ୟବସ୍ଥା।
– ୧ ଏପ୍ରିଲ ୨୦୨୦ ପରଠାରୁ ପରୀକ୍ଷାମୂଳକ ଭାବେ ସରଳୀକୃତ ବିବରଣୀ କାର୍ଯ୍ୟକାରୀ କରାଯିବ। ଏହି ବିବରଣୀକୁ ଫାଇଲ କରିବା ସହଜ କରାଯିବ। ଏଥିରେ ଏସଏମଏସ ଆଧାରିତ ଫାଇଲିଂ, ବିବରଣୀ ପୂର୍ବ ଫାଇଲିଂ ଓ ଉନ୍ନତ ଇନପୁଟ ଟିକସ କ୍ରେଡିଟ ପ୍ରବାହ ଭଳି ବିଶେଷତ୍ୱ ରହିବ।
– ଗ୍ରାହକ ଇନଭଏସ ଲାଗି ଜିଏସଟିର ପ୍ରସ୍ତାବିତ ମାନଦଣ୍ଡ ଉପରେ ଆଧାରିତ ଡାଇନାମିକ କ୍ୟୁଆର କୋଡ ବ୍ୟବସ୍ଥା ଲାଗି ପ୍ରସ୍ତାବ।
– ଏକ କେନ୍ଦ୍ରୀକୃତ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିବା ଲାଗି ଇଲେକ୍ଟ୍ରୋନିକ ଇନଭଏସକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।
– ଉପସ୍ଥିତ ନଥିବା ଏବଂ ନକଲି ଟିକସଦାତାଙ୍କୁ ଠାବ କରିବା ଲାଗି ଆଧାର ସଂଯୁକ୍ତ ପ୍ରାମାଣୀକରଣ।
– ପରିବର୍ତିତ ଟିକସ ଢାଞ୍ଚାର ମୁକାବିଲା ଲାଗି ଜିଏସଟି ଦର ଢାଞ୍ଚାକୁ ଯୁକ୍ତିସଂଗତ କରାଯିବ।

ସୀମା ଶୁଳ୍କ
– ସୀମା ଶୁଳ୍କକୁ ଜୋତା ଉପରେ ୨୫% ବୃଦ୍ଧି କରାଯାଇ ୩୫% ଏବଂ ଫର୍ଣ୍ଣିଚର ସାମଗ୍ରୀ ଉପରେ ୨୦%ରୁ ବୃଦ୍ଧି କରାଯାଇ ୨୫% କରିବାର ବ୍ୟବସ୍ଥା।
– ନ୍ୟୁଜ ପ୍ରିଂଟ ଏବଂ ହାଲୁକା କୋଟେଡ କାଗଜ ଆମଦାନୀ ଉପରେ ମୂଳ ଆମଦାନୀ ଶୁଳ୍କକୁ ୧୦%ରୁ କମ କରି ୫% କରି ଦିଆଯାଇଛି।
– ଇଲେକ୍ଟ୍ରୋନିକ ବାହନ ଏବଂ ମୋବାଇଲ ସରଞ୍ଜାମ ଉପରେ ସୀମା ଶୁଳ୍କ ଦରରେ ସଂଶୋଧନ।
– ଚିକିତ୍ସା ଉପକରଣର ଆମଦାନୀ ଉପରେ ୫% ସ୍ୱାସ୍ଥ୍ୟ ସେସ ଲାଗୁ ଯାହା ବିସିଡି ରିହାତି ଠାରୁ ପୃଥକ ହେବ।
– ଫ୍ୟୁଜ, ରାସାୟନିକ ଏବଂ ପ୍ଲାଷ୍ଟିକ ଭଳି କଞ୍ଚା ମାଲ ଉପରେ ସୀମା ଶୁଳ୍କରେ ଛାଡ଼।
– ଯାନବାହନ ସରଞ୍ଜାମ, ରାସାୟନିକ ଆଦି କେତେକ ସାମଗ୍ରୀ ଯାହାର ଘରୋଇ ଉତ୍ପାଦନ ମଧ୍ୟ ହୋଇଥାଏ, ସେଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି। ବାଣିଜ୍ୟ ନୀତି :
– ଏଫଟିଏ ଅନ୍ତର୍ଗତ ବାହନ ଆମଦାନୀର ଉଚିତ ଯାଞ୍ଚ ଲାଗି ସୀମା ଶୁଳ୍କ ଆଇନରେ ସଂଶୋଧନ।
– କେତେକ ସମ୍ବେଦନଶୀଳ ସାମଗ୍ରୀ ଲାଗି ମୂଳ ଆଇନ ଆବଶ୍ୟକତାର ସମୀକ୍ଷା କରାଯିବ।
– ଆମଦାନୀରେ ବୃଦ୍ଧିକୁ ଏକ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ କରିବା ଲାଗି ସେଫଗାର୍ଡ ଡ୍ୟୁଟି ସମ୍ବନ୍ଧୀୟ ବ୍ୟବସ୍ଥା।
– ସାମଗ୍ରୀର ଡମ୍ପିଂକୁ ରୋକିବା ଏବଂ ସବସିଡିଯୁକ୍ତ ସାମଗ୍ରୀ ଆମଦାନୀ ଉପରେ ଅଂକୁଶ ଲଗାଇବା ନିମନ୍ତେ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
– କ୍ରାଉଡ ସୋର୍ସିଂ ଲାଗି ସୀମା ଶୁଳ୍କ ସହ ଜଡ଼ିତ ଛାଡ଼ ସମୀକ୍ଷା ପାଇଁ ପରାମର୍ଶ।
– ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଲାଗି ପ୍ରସ୍ତାବ, ବିଡ଼ି ଉପରେ ଶୁଳ୍କ ଦରରେ କୌଣସି ପରିବର୍ତନ ନାହିଁ।
– ପୋଷାକ କ୍ଷେତ୍ରକୁ ଲାଭାନ୍ୱିତ କରିବା ଲାଗି ପିଟିଏ ଉପରୁ ଡମ୍ପିଂ ନିରୋଧୀ ଶୁଳ୍କ ଉଚ୍ଛେଦ।

Comments are closed.