ବଜେଟ ପରେ ଶେୟାର ବଜାରରେ ହାହାକାର

ମୁମ୍ବଇ: ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୦-୨୧ର ବଜେଟ୍ ଉପସ୍ଥାପନ କରିଛନ୍ତି ।ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ସରକାର ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଶିଳ୍ପଜଗତ ଆଶା କରୁଥିଲା । କିନ୍ତୁ ସେଭଳି କୌଣସି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ବଜେଟରେ କରାଯାଇନାହିଁ।  ଚଳିତ ବଜେଟ ଶେୟାର ବଜାରରେ ହାହାକାର ଖେଳାଇ ଦେଇଛି। ନୂଆ ବଜେଟକୁ ନେଇ ନିବେଶକମାନେ ସେତେଟା ଉତ୍ସାହିତ ନାହାନ୍ତି। ଯାହା ଫଳ ସ୍ବରୂପ ସେନସେକ୍ସ ଓ ନିଫ୍ଟଟୀ ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୯୮୭.୯୬ ପଏଣ୍ଟ ହ୍ରାସ ପାଇ ୪୦ ହଜାର ପଏଣ୍ଟ ତଳକୁ ଖସିଯିବା ସହ ୩୯,୭୩୫.୫୩ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫଟୀ ୩୧୮ ପଏଣ୍ଟ ହ୍ରାସ ପାଇ ୧୧୬୪୩.୮୦ ପଏଣ୍ଟରେ ଷ୍ଟକ୍ ବନ୍ଦ ହୋଇଛି। ଏଥିରେ ନିବେଶକ ମାନଙ୍କର ଚାରି ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି।

Comments are closed.