ଜାଣନ୍ତୁ ବଜେଟ ପୂର୍ବରୁ କଣ ପାଇଁ କରାଯାଏ ହାଲୱା ଉତ୍ସବ

ନୂଆଦିଲ୍ଲୀ: ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଆରମ୍ଭ ହୁଏ ବଜେଟ ଦସ୍ତାବିଜ ପ୍ରସ୍ତୁତି ପର୍ବ। ଏହି ବଜେଟ ଦସ୍ତାବିଜ ପ୍ରସ୍ତୁତି ପୂର୍ବରୁ କରାଯାଏ ହାଲୱା ଉତ୍ସବ। ଅନେକଙ୍କ ମନରେ ପ୍ରଶ୍ନ ଉଠେ କଣ ଏହି ହାଲୱା ଉତ୍ସବ। ବଜେଟ ସହ କଣ ରହିଛି ଏହାର ସମ୍ପର୍କ?
ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୧ରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ପୂର୍ବରୁ ଆରମ୍ଭ ହୁଏ ବଜେଟ ଦସ୍ତାବିଜ ପ୍ରସ୍ତୁତି । ଆଉ ଏହି ଦସ୍ତାବିଜ ପ୍ରସ୍ତୁତି ପୂର୍ବରୁ ସୋମବାର ଆୟୋଜିତ ହୋଇଛି ହାଲୱା ଉତ୍ସବ। ଆଜିର ଏହି ହାଲୱା ଉତ୍ସବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ବଜେଟ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ଥିବା ସମସ୍ତ କର୍ମଚାରୀ ସାମିଲ ରହିଥିଲେ।

କଣ ପାଇଁ ପ୍ରସ୍ତୁତ କରାଯାଏ ହାଲୱା ଉତ୍ସବ

ପ୍ରତିବର୍ଷ ବଜେଟ ଦସ୍ତାବିଜ ପ୍ରସ୍ତୁତି ପୂର୍ବରୁ ହାଲୱା ଉତ୍ସବ କରାଯାଏ ଏବଂ ବଜେଟ ପ୍ରସ୍ତୁତି ପ୍ରଣାଳି ସହ ଜଡିତ ରହିଥିବା ସମସ୍ତ କର୍ମକର୍ତ୍ତା ହାଲୱା ଖାଇଥିନ୍ତି। କାରଣ ଭାରତୀୟ ପରମ୍ପରାରେ ବିଶ୍ବାସ ରହିଛି ଯେ କୌଣସି ଶୁଭ କାର୍ୟ୍ୟ ପୂର୍ବରୁ ମିଠା ଖିଆଯାଏ। ଭାରତୀୟମାନଙ୍କର ବିଶ୍ୱାସ ରହିଛି ଯେ କୌଣସି ଶୁଭ କାମ ପୂର୍ବରୁ କିଛି ମିଠା ଖାଇବା ଦରକାର, ଏହା ସହିତ ଭାରତୀୟ ପରମ୍ପରାରେ ମିଠାକୁ ଶୁଭ ବୋଲି କୁହାଯାଇଥାଏ। ଏଣୁ ବଜେଟ ସମ୍ପଦୀୟ ଦସ୍ତାବିଜ ପ୍ରସ୍ତୁତି ପୂର୍ବରୁ ସମସ୍ତ କର୍ମକର୍ତ୍ତା ହାଲୱା ଖାଇଥାନ୍ତି।

ସୋମବାର ହାଲୱା ଖାଇବା ପରେ ବଜେଟ ଦସ୍ତାବିଜ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛାପିବା ଲାଗି ପ୍ରକ୍ରିୟା ଆରମ୍ଭଠୁ ନେଇ ସଂସଦରେ ଉପସ୍ଥାପନ ଯାଏଁ କାମ କରୁଥିବା ଅଧିକାରୀଙ୍କ ଲାଗି ବି କିଛି ନିୟମ ଥାଏ। ଏହି ଅଧିକାରୀଙ୍କୁ ଉକ୍ତ ସମୟ ମଧ୍ୟରରେ କାହା ସହ ସମ୍ପର୍କ ରଖିବାକୁ ଦିଆଯାଇ ନଥାଏ। ଏମିତି କି ନର୍ଥ ବ୍ଲକ ବେସମେଣ୍ଟରେ ଛପାଯାଉଥିବା ପ୍ରେସରେ କିଛିଦିନ ଲାଗି ପାଖାପାଖି ଅର୍ଥ ମନ୍ତ୍ରାଳୟର ୧୦୦ଜଣ କର୍ମଚାରୀଙ୍କୁ ରଖାଯାଇଥାଏ। ଏହି ସମୟରେ ଏମାନଙ୍କୁ ଫୋନ ବ୍ୟବହାର ଏବଂ ଇମେଲ କରିବାକୁ ବି ଅନୁମତି ଦିଆଯାଇନଥାଏ ଏବଂ ଏହି ଅଧିକାରୀମାନଙ୍କୁ କେହି ଦେଖା କରିପାରନ୍ତି ନାହିଁ। ଏପରିକି ପରିବାରର କୌଣସି ବ୍ୟକ୍ତି ମଧ୍ୟ ସେମାନଙ୍କୁ ଦେଖା କରିପାରନ୍ତି ନାହିଁ।

Comments are closed.