ବଜେଟ୍ ୨୦୨୦-୨୧ : କଟକ ସହର ପାଇଁ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ବର : ୨୦୨୦-୨୧ ରାଜ୍ୟ ବଜେଟରେ କଟକ ସହରର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ବଜେଟରେ ଏ ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ସହସ୍ର ଶତାବ୍ଦୀର ସହର କଟକ, ଅକେକ ଐତହାସିକ ଘଟଣାର ମୁକସାକ୍ଷୀ।  କଟକ ସହର ପାଇଁ ଏକ Decongestion Plan  ପ୍ରସ୍ତୁତ କରାଯାସଛି। ମହାନଦୀ କୂଳରେ ୪୨୪ ଏକର ଜାଗାକୁ ବ୍ୟବହାର ଉପଯୋଗୀ କରା ଯିବାର ପ୍ରସ୍ତାବ ରହିଛି। ରିଙ୍ଗ୍ ରୋଡକୁ ୬ ଲେନରେ ପରିଣତ କରିବାର ଯୋଜନା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେହିପରି ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ, ଭିତରକନିକା, ତାଳସରି ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ସ୍ଥାନର ସାମଗ୍ରିକ ବିକାଶ ପାଇଁ ବ୍ୟୟ ବରାଦର ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

 

Comments are closed.