ମଧ୍ୟପ୍ରଦେଶ, ରାଜସ୍ଥାନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ବିଏସପିର ଧମକ​‌

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଠନ କରିଥିବା କଂଗ୍ରେସକୁ ଧମକ ଦେଇଛି ମାୟାବତୀଙ୍କ ନେତୃତ୍ବ ବହୁଜନ ସମାଜ ପାର୍ଟି (ବିଏସପି)। ବିଏସପି ସମର୍ଥନରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସରକାର ଗଠନ କରିଥିବାବେଳେ ମାୟାବତୀ ଏହାକୁ ପ୍ରତ୍ୟାହାର କରିନେବା ଲାଗି ଧମକ ଦେଇଛନ୍ତି। ବିଏସପି ନିଜର ସମର୍ଥନ ପ୍ରତ୍ୟାହାର ପୂର୍ବରୁ କଂଗ୍ରେସ ସରକାରକୁ ଚରମବାଣୀ ଶୁଣାଣିଛି। ବିଏସପି କହିଛି ଯେ ୨୦୧୮ ଏପ୍ରିଲ ୨ ଭାରତ ବନ୍ଦ ସମୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରୁଜୁ ହୋଇଥିବା ମାମଲାଗୁଡିକୁ ସରକାର ଉଠାଇ ଦିଅନ୍ତୁ। ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ଆଇନ ୧୯୮୯କୁ କୋହଳ କରାଯିବାକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଘଟାଇଥିବାବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Leave A Reply