ବିଏସପି ନେତାଙ୍କୁ ହତ୍ୟା; ମିଠା ପ୍ୟାକେଟରେ ଥିଲା ବନ୍ଧୁକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ବିଏସପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶାଦାବଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମଜିବାବାଦସ୍ଥିତ ଗୁରୁଦ୍ୱାର ସମ୍ମୁଖରେ ନିଜର ଏକ କାର୍ଯ୍ୟାଳୟରେ ହାଜି ଏହସାନ ଓ ତାଙ୍କ ଭଣଜା ବସିଥିଲେ। ଏହି ସମୟରେ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସିଥିଲେ। ଦୁଇ ଜଣ ଦୁର୍ବୃତ୍ତ ଅଫିସ ଭିତରକୁ ଯାଇଥିଲେ। ଯୁବକଙ୍କ ହାତରେ ମିଠା ପ୍ୟାକେଟ ଥିବା ଦେଖିବାକୁ ମିଳିଛି। ଏହି ମିଠା ପ୍ୟାକେଟ ଭିତରେ ଯୁବକ ବନ୍ଧୁକ ଆଣିଥିଲେ। ଦୁର୍ବୃତ୍ତ ଜଣକ ପ୍ରଥମେ ହାଜି ଏହସାନ କିଏ ବୋଲି ପଚାରିଲେ? ପରେ ମିଠା ପ୍ୟାକେଟରୁ ବନ୍ଧୁକ ବାହାର କରି ଦୁଇ ଜଣକ ଉପରକୁ ଗୁଳି କରିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି।

Comments are closed.