ରାଜସ୍ଥାନରେ ନିର୍ବାଚନ ଲଢୁଥିବା ବିଏସ୍‌ପି ପ୍ରାର୍ଥୀଙ୍କର ହୃଦଘାତରେ ମୃତ୍ୟୁ

0

ଜୟପୁର . –  ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଥିବା   ବିଏସ୍‌ପି ନେତା ଲକ୍ଷ୍ମଣ ସିଂ  ଗୁରୁବାରରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଅଲଓ୍ୱଲର ଜିଲାର ରାମଗଡରୁ ସେ ପ୍ରାର୍ଥୀ ଥିଲେ ।  ଏହି ଆସନରେ ଆଉ ମାତ୍ର ସପ୍ତାହପରେ ନିର୍ବାଚନ  ହେବାର ଥିଲା । ମାତ୍ର  ଲକ୍ଷ୍ମଣଙ୍କର ମୃତ୍ୟୁ ପରେ ନିର୍ବାଚନକୁ ବାତିଲ କରାଯାଇଛି ।

ଜିଲ୍ଲା ନିର୍ବାଚନ ଅଧିକାରୀ  ଲକ୍ଷ୍ମଣ ସିଂଙ୍କର ମୃତ୍ୟୁର ସବିଶେଷ ତଥ୍ୟ ମାଗିଛନ୍ତି । ନିର୍ବାଚନ କମିଶନକୁ ଏ ନେଇ ସୂଚନା ଦିଆଯାଇଛି ।  ଡିସେମ୍ବର ୭ ତାରିଖରେ ରାଜସ୍ଥାନରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୧୧ ତାରିଖରେ ମତ ଗଣନା କରାଯିବ ।

Leave A Reply