ବିଏସ୍‍ଏନ୍‍ଏଲ୍‍ର ନୂଆ ଉପହାର, ୨୭ଟଙ୍କାରେ ୧ଜିବି ଡାଟା ଏବଂ ଅନ୍‍ଲିମିଟେଡ୍‍ କଲ୍‍

0

ନୂଆଦିଲ୍ଲୀ : ଭାରତୀୟ ଦୂର ସଂଚାର ନିଗମ ଲିମିଟେଡ୍‍(ବିଏସ୍‍ଏନ୍‍ଏଲ) ତରଫରୁ ଏକ ନୂଆ ଉପହାର ଦିଆଯାଇଛି। ଏବେ ବିଏସ୍‍ଏନ୍‍ଏଲ୍‍ ରେ ୨୭ଟଙ୍କା ରିଚାର୍ଜ କରି ପାଇପାରିବେ ୧ଜିବି ଡାଟା ସହ ଅନଲିମିଟେଡ୍‍ କଲ୍‍ର ସୁବିଧା। ଯାହାର ବୈଧତା ୭ଦିନ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ଏଥିରେ ୩୦୦ମେସେଜ୍‍ କରିପାରିବେ।
ଏହି ପ୍ଲାନ୍‍ ଅଗଷ୍ଟ ମାସ ୬ତାରିଖରୁ ଦେଶର ସବୁ ସର୍କଲରେ ଉପଲବ୍ଧ ହେବ। କିନ୍ତୁ ଏହି ପ୍ଲାନରେ ଥିବା କଲିଙ୍ଗର ସୁବିଧା ଦିଲ୍ଲୀ-ମୁମ୍ବଇରେ ରହୁଥିବା ଗ୍ରାହକ ମାନେ ଉଠାଇପାରିବେ ନାହିଁ। ବିଏସ୍‍ଏନ୍‍ଏଲ୍‍ ର ଏହି ପ୍ଲାନ୍‍ ର ପ୍ରତିଦ୍ୱନ୍ଦୀତା ଜିଓର ୫୨ଟଙ୍କାର ପ୍ଲାନ୍‍ ସହିତ ହେବ। ଯେଉଁଥିରେ ୭ଦିନର ବୈଧତା ସହିତ ୧.୦୫ଜିବି ଡାଟା ଦିଆଯାଇଛି।

Comments
Loading...