ବିଏସ୍‍ଏନ୍‍ଏଲର ନୂଆ ଉପହାର, ୭୫ଟଙ୍କାରେ ୧୦ଜିବି ଡାଟା ଏବଂ ଅନଲିମିଟେଡ୍‍ କଲ୍‍

0

ଭାରତ ଦୂର ସଂଚାର ନିଗମ ଲିମିଟେଡ୍‍ (ବିଏସ୍‍ଏନ୍‍ଏଲ୍‍)ତାର ଗ୍ରାହକ ମାନଙ୍କ ପାଇଁ ଏକ ଉପହାର ଆଣିଛି। ଏବେ ୭୫ଟଙ୍କା ମୂଲ୍ୟରେ ଆପଣ ୧୦ଜିବି ଡାଟା ସହିତ ଅନଲିମିଟେଡ୍‍ କଲ୍‍ ଏବଂ ୫୦୦ମେସେଜ୍‍ କରିପାରିବେ। ଯାହାର ବୈଧତା ୧୫ଦିନ ପାଇଁ ରଖାଯାଇଛି, କିନ୍ତୁ ଏବେ ଶୁଣାଯାଉଛି ଏହାକୁ ୧୮ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସୂଚନାଅନୁସାରେ ଏହି ପ୍ଲାନ କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ପାଇଁ ଉପଲବ୍ଧ ହେବ। ଏହାକୁ ବହୁତ୍‍ ଶୀଘ୍ର ଅନ୍ୟ ରାଜ୍ୟ ମାନଙ୍କରେ ଲାଗୁ କରାଯିବ ବୋଲି ବିଏସ୍‍ଏନ୍‍ଏଲ୍‍ ତରଫରୁ କୁହାଯାଇଛି।
ଜିଓର ୯୮ଟଙ୍କାର ପ୍ଲାନ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ବିଏସ୍‍ଏନ୍‍ଏଲ୍‍ର ଏହି ପ୍ଲାନ ଆରମ୍ଭ କରିଛି, ଜିଓର ଏହି ପ୍ଲାନରେ ୨ଜିବି ଡାଟା ଏବଂ ୩୦୦ମେସେଜ୍‍ ପାଇଁ ମିଳୁଛି। ଯାହାର ବୈଧତା ୨୮ ଦିନ। ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ୍‍ ସୁବିଧା ମଧ୍ୟ ମିଳିଥାଏ।
ବିଏସ୍‍ଏନ୍‍ଏଲ୍‍ କିଛି ଦିନ ତଳେ ୧୭୧ଟଙ୍କାର ଏକ ପ୍ଲାନ ଆଣିଥିଲା। ଯେଉଁଥିରେ ଅନଲିମିଟେଡ୍‍ କଲ୍‍ ଏବଂ ଡାଟା ମିଳିଥାଏ। ଏହି ପ୍ଲାନ ମଧ୍ୟ ବର୍ତ୍ତର୍ମାନ କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ପାଇଁ ଉପଲବ୍ଧ। ଏହି ୧୭୧ଟଙ୍କା ପ୍ଲାନର ବୈଧତା ୩୦ଦିନ ପର୍ଯ୍ୟନ୍ତ ରହିଥାଏ। ଏଥିରେ ୨ଜିବିର ୨ଜି/୩ଜି ଡାଟା ପ୍ରତିଦିନ ମିଳୁଛି।

Leave A Reply