ବିଏସ୍‍ଏନ୍‍ଏଲ୍‍ର ନୂଆ ଉପହାର , ମାଗଣାରେ କରିପାରିବେ ଅସୀମିତ କଲ୍

0

ଭାରତ ଦୂର ସଂଚାର ନିିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ୍‍) ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ବଢି ଚାଲିଥିବା ପ୍ରତିଯୋଗିତା ମଧ୍ୟରେ ଏକ ବଡ ନିଷ୍ପତ୍ତି ନେଇଛି । ବିଏସ୍ଏନ୍ଏଲ୍ ଏବେ ଘୋଷଣା କରିଛି ସେ ପଞ୍ଚମ ବ୍ରଡବ୍ୟାଣ୍ଡ କମ୍ବୋ ପ୍ଲାନ୍ ସହିତ ଆସିବ ଯେଉଁଥିରେ ଆପଣ ସମ୍ପୂର୍ଣ୍ଣ ମାଗଣାରେ କଥା ହୋଇପାରିବେ। ଅବଶ୍ୟ କିଛି ପ୍ଲାନ୍ ରେ ଆପଣ କେବଳ ବିଏସ୍‍ଏନ୍‍ଏଲ୍‍ ରୁ ବିଏସ୍‍ଏନ୍‍ଏଲ୍‍ କୁ ମାଗଣାରେ କଲ୍ କରି ପାରିବେ କିନ୍ତୁ ବିଏସ୍ଏନ୍ଏଲର କିଛି ଅନ୍ୟ ପ୍ଲାନ୍ ଅନୁସାରେ ସମସ୍ତ ନମ୍ବରକୁ ମାଗଣାରେ କଲ୍ କରିପାରିବେ । ୬୪୫ଟଙ୍କାରୁ ଅଧିକ ବ୍ରଡବ୍ୟାଣ୍ଡ ପ୍ଳାନର ଗ୍ରାହକ ଯେକୌଣସି ନମ୍ବରକୁ କଲ୍ କରି ମାଗଣାରେ କଥା ହୋଇପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ସେହିପରେ ଯେଉଁମାନେ ୨୪୯ଟଙ୍କା ଏବଂ ୬୪୫ଟଙ୍କାର ପ୍ଲାନ କରିଛନ୍ତି ସେମାନେ କେବଳ ବିଏସ୍ଏନ୍ଏଲ୍ ନମ୍ବରକୁ କଲ୍ କରି ମାଗଣାରେ କଥା ହୋଇପାରିବେ।
ଏହା ପୂର୍ବରୁ ଏହି ପ୍ଲାନ ଅନୁସାରେ କିଛି ସର୍କଲ ପାଇଁ ମାଗଣା ଫୋନ କରିବାର ସୁବିଧା ଥିଲା କିନ୍ତୁ ବର୍ତ୍ତମାନ ଏହି ଦୁଇଟି ପ୍ଲାନ ଦେଶର ସବୁ ସର୍କଲ ପାଇଁ ଉପଲବ୍ଧ ହୋଇଯାଇଛି। ଏହା ବ୍ୟତିତ ବିଏସ୍‍ଏନ୍‍ଏଲ୍‍ ଆପଣଙ୍କୁ ରବିବାର ରାତି ୧୦:୩୦ ରୁ ସକାଳ ୬ଟା ପର୍ଯ୍ୟନ୍ତ  ସମସ୍ଥ ନମ୍ବରକୁ ମାଗଣା ଫୋନ କରିବାର ସୁବିଧା ଦେଉଅଛି।
ସୂଚନାଅନୁସାରେ ଏବେ ବିଏସ୍‍ଏନ୍‍ଏଲ୍‍ ତାର ୪୪୪ଟଙ୍କା ପ୍ଲାନକୁ ଅପଡେଟ କରିଛି ଯାହାଦ୍ବାରା ଏବେ ପ୍ରତିଦିନ ଆପଣ ୬ଜିବି ଡାଟା ପାଇପାରିବେ। ଏହାବ୍ୟତିତ ବିଏସ୍‍ଏନ୍‍ଏଲ୍‍ର ଏହି ପ୍ଲାନ ଉପରେ ବିଏସ୍‍ଏନ୍‍ଏଲ୍‍ ରୁ ବିଏସ୍‍ଏନ୍‍ଏଲ୍‍ ନମ୍ବରକୁ ସମ୍ପୂର୍ଣ୍ଣ ମାଗଣାରେ କଲ୍ କରିପାରିବେ। ଏହି ସେବା ୬୦ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏଥିରେ ଆପଣ ୩ଜି ସ୍ପିଡରେ ଡାଟା ପାଇପାରିବେ।

Leave A Reply