ନବରଙ୍ଗପୁରବ୍ଲକରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ

ନବରଙ୍ଗପୁର : ଜିଲାସ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ରବିବାର ଜିଲାର ବିଭିନ୍ନ ବ୍ଳକରେ ଏହି ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଏହି ଅବସରରେ ନବରଙ୍ଗପୁରବ୍ଳକରେ ଆଜି ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ୱାସ୍ଥ୍ୟ କାର୍ଡ ଯୋଜନା ଏକ ଦୂରଦୃଷ୍ଟି ଯୋଜନା ବୋଲି କହିଥିଲେ । ଏହା ଦ୍ୱାରା ରାଜ୍ୟର ସମସ୍ତ ହିତାଧିକାରୀ ସମସ୍ତ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରିବେ । ଟଙ୍କା ପାଇଁ ଆଉ କେହି ମଧ୍ୟ ଚିକିତ୍ସା ସେବାରୁ ବଞ୍ଚିତ ହେବେ ନାହିଁ ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଯୋଜନା ଐତିହାସିକ ଯୋଜନା, ତାଦ୍ୱାରା ବହୁ ଗରୀବ ଓ ମଧ୍ୟବିତ୍ତ ଲୋକ ବିଶେଷ ଭାବେ ଉପକୃତ ହୋଇ ପାରିବେ। ବ୍ଳକର ସମସ୍ତ ହତାଧିକାରୀ ମାଗଣାରେ ଚିକିତ୍ସା ସେବା ପାଇବେ ବୋଲି କହିଥିଲେ । ଜିଲା ମହିଳା ବିଜୁ ଜନତା ସଭାନେତ୍ରୀ ମଞୁଳା ମାଝୀ, ନବରଙ୍ଗପୁରବ୍ଳକ ଅଧ୍ୟକ୍ଷା ହିରାମଣି ପୂଜାରୀ, ଜିଲା ପରିଷଦ ସଭ୍ୟ ବେଦବ୍ୟାସ ଭତରା, ଜିଲା ପରିଷଦ ସଭ୍ୟା କମଳା ବିଷୋୟୀ, ସାଂସଦ ପ୍ରତିନିଧି ବାବୁଲା ମିଶ୍ର, ଲକ୍ଷ୍ମୀ ଭତରା, ତହସିଲଦାର ଶ୍ରୀ ରାଉତଙ୍କର ସମେତ ବ୍ଳକ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରଥମ ଦିବସରେ ଆଜି ଅଗ୍ନିପୁର ଗ୍ରାମପଞ୍ଚାୟତ, ବିକ୍ରମପୁର, ଚଟାହାଣ୍ଡି, ବାସିନୀ, ବଡମସିଗାଁ , ସାନ ମସିଗାଁ ଓ ଭତରା ସିଉନୀ ପଞ୍ଚାୟତରେ ଶୁଭାରମ୍ଭ କରାଯାଇ ହିତାଧିକାରୀ ମାନଙ୍କୁ କାର୍ଡପ୍ରଦାନ କରାଯାଇଛି। ଆସନ୍ତାକାଲି ସୋମବାର ଦିନ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

Comments are closed.