ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଣ୍ଟନ

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଠଗଡ ନିର୍ବାଚନ ମଣ୍ଡଳୀରେ କଖଡି ପଞ୍ଚାୟତ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ କହିଥିଲେ । ଏହି ପଞ୍ଚାୟତର ଜନସାଧାରଣଙ୍କୁ ସବୁ କ୍ଷେତ୍ରରେ ଆଗୁଆ କରି ଗଢିତୋଳିବା ମୋର ପ୍ରାଥମିକତା ବୋଲି କହିବା ସହିତ ହିତାଧିକାରୀଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ସମିତିସଭ୍ୟା ତଅପୋଇ ବେଦାନ୍ତ, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ, ଯୁବନେତା ଦିଲ୍ଲିପ ଛତାର, ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ଦାଶରଥି ବେହେରା, ବିଜୟ କୁମାର ରାଉତ ଙ୍କ ସହିତ ଟାଙ୍ଗି-ଚୌଦ୍ୱାର ବ୍ଲକର ଉନ୍ନୟନ ଅଧିକାରୀ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଆରଏସ କିରଣ କୁମାର ସାହୁ, ପ୍ରକାଶ ଚନ୍ଦ୍ର ରାଉତ ସହିତ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

Comments are closed.