ମିଶନ ଶକ୍ତି ପକ୍ଷରୁ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ସଚେତନତା

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ‌ନେଇ ଗୁରୁବାର ଲୋକଙ୍କୁ  ସଚେତନ କରାଯାଇଛି । ମିଶନ ଶକ୍ତି ମହିଳା ମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହ ବିଜୁ ସ୍ମାର୍ଟ ହେଲଥ୍ କାର୍ଡର ଉପକାରିତା ସଂପର୍କରେ ଲୋକ ମାନଙ୍କୁ ବୁଝାଇଥିଲେ। ଏହି ସଚେତନତା ଶୋଭାଯାତ୍ରାରେ ମହିଳା ସ୍ବାସ୍ଥ୍ୟ କର୍ମୀ ଅନୁପମା ବେହେରାଙ୍କ ସହ ମିଶନ ଶକ୍ତି ପକ୍ଷରୁ ସୁଜାତା ମୁଖାର୍ଜୀ, ବସୁମତୀ ନାଏକ, ଶକୁନ୍ତଳା ମହାନ୍ତ, ପ୍ରିୟଦର୍ଶିନୀ ମହାନ୍ତ, ବିମଳା ମହାନ୍ତ ପ୍ରମୁଖ ସାମିଲ ଥିଲେ ।

Comments are closed.