ବିଏସକେୱାଇରେ ମହିଳାଙ୍କ ସ୍ବାସ୍ଥ୍ୟ ବୀମା ରାଶି ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ମହିଳାମାନଙ୍କ ବୀମା ରାଶି ବୃଦ୍ଧି କରାଯାଇଛି । ପୂର୍ବରୁ ମହିଳାମାନଙ୍କ ସ୍ବାସ୍ଥ୍ୟ ବୀମା ରାଶି ୭ ଲକ୍ଷ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା କରାଯାଇଛି । ମଙ୍ଗଳବାର ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ଏହି ଘୋଷଣା କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷମାନଙ୍କ ବୀମା ରାଶି ୫ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟିର କାମ ଦିଆଯିବ । ପ୍ରତି ପଞ୍ଚାୟତ ଓ ଜିଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ ବୋଲି ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

Comments are closed.