ବିଏସଏଫ ଯବାନଙ୍କ ସହିତ ଦଶହରା ପାଳନ କରିବେ ରାଜନାଥ ସିଂହ

0

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଭାରତ-ପାକିସ୍ତାନ ସୀମାରେ ପହରା ଦେଉଥିବା ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନଙ୍କ ସହ ଦଶହରା ପାଳନ କରିବେ। ଏଥି ପାଇଁ ସେ ଆସନ୍ତା ଗୁରୁବାର ଦିନ ରାଜସ୍ଥାନର ବିକାନିର୍‍ ଯିବେ। ସେଠାରେ ସେ ଯବାନମାନଙ୍କ ସହ ଦଶହରା ଉପଲକ୍ଷେ ଶସ୍ତ୍ର ପୂଜାରେ ଅଂଶଗ୍ରହଣ କରିବେ। ପାକିସ୍ତାନ ସହ ସମ୍ବେଦନଶୀଳ ସୀମାନ୍ତରେ ଯବାନମାନଙ୍କ ସହ ଏକ ଉତ୍ସବରେ ଯୋଗଦେବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଏହା ପ୍ରଥମ ଘଟଣା ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ସୂଚନା ଯୋଗ୍ୟ ଗତବର୍ଷ ଶ୍ରୀ ସିଂହ ଉତ୍ତରାଖଣ୍ଡର ଭାରତ-ଚୀନ୍‍ ସୀମାରେ ଯୋଶୀମଠ ଠାରେ ସୈନିକ ମାନଙ୍କ ସହିତ ଦଶହରା ପର୍ବ ପାଳନ କରିଥିଲେ।

Leave A Reply