ଭାରତକୁ ଚୋରା ଚାଲାଣ ହେଉଥିବା ସୁନା ବିସ୍କୁଟ ସୀମା ସୁରକ୍ଷା ବାହିନୀ ଦ୍ୱାରା ଜବତ; ୨ ଗିରଫ

କୋଲକାତା: ସୀମା ସୁରକ୍ଷା ବାହିନୀ ଯବାନମାନେ ପଶ୍ଚିମବଙ୍ଗ ସୀମାନ୍ତରେ ଦୁଇଜଣ ଭାରତୀୟ ନାଗରିକଙ୍କୁ ସୀମାନ୍ତ ଫାଟକ ହାକିମପୁର ନିକଟରୁ ଗିରଫ କରିଛନ୍ତି । ସେମାନେ ବାଂଲାଦେଶରୁ ଭାରତକୁ ସୁନା ବିସ୍କୁଟ ଚୋରାରେ ଚାଲାଣ କରୁଥିବା ସମୟରେ ବିଏସଏଫ ଯବାନଙ୍କ ହାତରେ ପଡିଯାଇଥିଲେ । ଏହି ଦୁଇ ଚୋରା ଚାଲାଣକାରୀଙ୍କ ନିକଟରୁ ୧୨ଟି ସୁନା ବିସ୍କୁଟ ଜବତ କରାଯାଇଛି, ଯାହାର ଓଜନ ପ୍ରାୟ ୧.୬୦୧ କିଲୋଗ୍ରାମ । ଏହାର ମୂଲ୍ୟ ୭୭,୦୦,୦୦୦ ଟଙ୍କା ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ଉକ୍ତ ଦୁଇ ବ୍ୟକ୍ତିଙ୍କୁ ଅଧିକ ପଚରା ଉଚରା କରାଯାଉଛି ।

Comments are closed.