ଅଭେଦ୍ୟ ଦୁର୍ଗ ଦଖଲ କଲା ବିଏସଏଫ, ପାହାଡ ଉପରେ ଗୁଂଜରିତ ହେଲା ଭାରତମାତାର ଜୟଧ୍ୱନୀ

ମାଲକାନଗିରି: ଲାଲ ବାହିନୀର ଛାତି ଚିରି ପାହାଡ ଉପରେ ଜୟଧ୍ୱନୀ ଦେଲେ ବିଏସଏଫ୍‍ ଜବାନ। ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ ଦଖଲ କରିବା ସହ ନିଜର ସତ୍ତା ପ୍ରଦର୍ଶନ କରିଛନ୍ତି ଜବାନ। ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଂଚଳରେ ପୂର୍ବରୁ ଦିନରାତି କେବଳ ଗୁରୁପ୍ରିୟା ସେତୁକୁ ସୁରକ୍ଷା ଯୋଗାଉଥିବା ଜବାନମାନେ ବର୍ତମାନ ସ୍ୱାଭିମାନ ଅଂଚଳର ସମସ୍ତ ଜନସାଧାରଣଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ ଦେବାର ଗ୍ରହଣ କରିଛନ୍ତି। ନକ୍ସଲଙ୍କ ଗଡ କୁହାଯାଉଥିବା ଗୁରାସେତୁରେ ବିଏସଏଫଙ୍କ ନବମ ବାଟାଲିୟନ ପୋତିଛି ବିଜୟର ଖୁଣ୍ଟ କଡା ସୁରକ୍ଷା ବଳୟ ମଧ୍ୟରେ ମାଲକାନଗିରି ଏସ୍‍.ପି. ହୃଷିକେଶ ଡି ଖିଲାରିଙ୍କ ନେତୃତ୍ୱରେ ବିଏସଏଫ୍‍ ଜବାନଙ୍କୁ ନେଇ ଗୋରାସେତୁରେ ପହଂଚିଥିଲୋ ଜଡାମ୍ବ ଗ୍ରାମ ଦେଇ ଗୋରାସେତୁ ଠାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ ପହଂଚିଥିଲେ। ପଣସପୁଟର ଏହି ଅଭେଦ୍ୟ ମାଓ ଦୁର୍ଗକୁ ଭେଦ କରିଥିଲେ ଜବାନମାନୋ

ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବିକାଶ ସହ ଆଦିବାସୀଙ୍କ ସାମଜିକ ଓ ଆର୍ଥିକ ବିକାଶ କରିବାରେ ପ୍ରଶାସନ ସାହାଯ୍ୟ କରିବ ବୋଲି କହିଛନ୍ତି ମାଲକାନଗିରି ଏସ୍‍.ପି। ମାଓବାଦୀଙ୍କ ହିଂସା ଓ ଆତଙ୍କରେ ଜର୍ଜରିତ ହୋଇ ମୁହଁ ଲୁଚାଉଥିବା ସ୍ୱାଭିମାନ ଅଂଚଳବାସୀଙ୍କ ମୁହଁରେ ଏବେ ହସ ଫୁଟୁଛିା ଭୟ ଓ ଚାପରେ ମାଓବାଦୀଙ୍କୁ ଦୀର୍ଘ ୬୦ ବର୍ଷ ଧରି ସାହାଯ୍ୟ କରୁଥିବା ବେଳେ ଗ୍ରାମ ବିତାଡିତ, ପ୍ରଜାକୋର୍ଟରେ ହତ୍ୟା ଭଳି ଜୁଲୁମ ମଧ୍ୟ ମୁଣ୍ଡ ପୋତି ସହୁଥିଲୋ ଏବେ କିନ୍ତୁ ସେ ଦିନ ଆଉ ନାହିାଁ ଗ୍ରାମ ମୁଣ୍ଡରେ ପହରା ଦେଉଛି ବିଏସଏଫ ଜବାନ। ଭରସା ଆସିଛି ପୁଲିସ ପ୍ରଶାସନ ପ୍ରତି। ଏବେ ଆଉ କାହାକୁ ଡର ଭୟ ନାହିାଁ ଏକ ସୁନେଲି ଭବିଷ୍ୟତ ନେଇ ସ୍ୱପ୍ନ ଦେଖିବାରେ ଆରମ୍ଭ କରିଛନ୍ତି।

ସଡକ ନିର୍ମାଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ଅନ୍ୟାନ୍ୟ ସରାକରୀ ଯୋଜନା ସେମାନଙ୍କ ନିକଟରେ ପହଂଚିବ ଏହି ବିଶ୍ୱାସ ଆସିଛିା ଖୁସିର ଅନ୍ତ ନାହିଁ ଆଦିବାସୀଙ୍କ ମଧ୍ୟରେ। ଅନ୍ୟ ପକ୍ଷରେ ଗତ କିଛିଦିନ ଧରି ଆସନ୍ତା ହୋଇ ପଡିଥିବା ସ୍ୱାଭିମାନ ଅଂଚଳରେ ଶାନ୍ତି ପେରାଇ ଆଣି ମାଓବାଦୀଙ୍କୁ ଦମନ କରିବାରେ ପଣ କରିଛି ବିଏସଏଫ୍‍। ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ବିକାଶ କାର୍ଯ୍ୟକୁ ତରାନ୍ୱିତ କରା ଯାଉଥିବା ବେଳେ ମାଲକାନଗିରି ପୁଲିସ ପକ୍ଷରୁ ଅପରେସନ ସ୍ୱାଭିମାନ ଆରମ୍ଭ କରାଯାଇଛିା

ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତବର୍ତୀ ଆଂଚଳରେ ଏହି ମାଓନେତା ମାନେ ଆଶ୍ରୟ ନେଇଥିବା ଖବର ମିଳିବା ପରେ ମାଓ ଦମନକୁ ଜୋରଦାର କରିଛି ପୁଲିସ। ଏସଓଜି ଓ ଡିବିଏଫ ବାହିନୀ ସହିତ ମିଶି ମିଳିତ ଭାବେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛିା ଗତ ୧୫ ତାରିଖ ଦିନ ପୁଲିସ ଏନକାଉଂଟରରେ ବହୁ ମାଓନେତା ଅଳ୍ପକେ ଖସି ଯାଇଥିବାବେଳେ ଏହି ଶିବିର ମଧ୍ୟରେ ମାଓନେତା ଆର୍‍.କେ. ମଧ୍ୟ ରହିଥିବା ପୁଲିସକୁ ସୁରାକ ମିଳିଛିା ବହୁ ଗୁରୁତ୍ୱପୂର୍ଣ ତଥ୍ୟ, ପେନ ଡ୍ରାଇଭ୍‍, ପୁଲିସ ହସ୍ତଗତ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମକୁ ପୁଲିସ ପକ୍ଷରୁ କୌଣସି ସୁଚନା ଦିଆଯାଉ ନାହିଁ। ତେବେ ମୁଖ୍ୟତଃ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ମାଲକାନଗିରି ଜିଲ୍ଲାରେ ସକ୍ରୀୟ ରହିଥିବା ବେଳେ ସ୍ୱାଭିମାନ ଅଂଚଳରେ ସଂଗଠନ ଡେରା ପକାଇଥିବା ସୂଚନା ମିଳିଛି।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ମଧ୍ୟ ମାଓ ଦମନ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଧିକ ଫୋର୍ସ ମୁତୟନ କରିବା ସହିତ ବିଏସ୍‍ଏଫ୍‍ ଓ ସିଆରପିଏଫର କୋବ୍ରା ବାହିନୀକୁ ନିୟୋଜିତ କରିଛନ୍ତି। ମୁଖ୍ୟତଃ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ଲୋଭନୀୟ ପ୍ୟାକେଜ ଗୁଡିକ ଘୋଷଣା କରାଯାଇଥିବାବେଳେ ଆତ୍ମ ନିର୍ଭର ହେବା ସହ ସେମାନଙ୍କୁ ନିଯୁକ୍ତି ଦେଇ କିଭଳି ଅଧିକରୁ ଅଧିକ ଆଦିବାସୀ ସଂଗଠନ ଛାଡିବେ ସେଥିନେଇ କେନ୍ଦ୍ର ସରକାର ସମସ୍ତ ସୁବିଧା ସୁଯୋଗ ଦିଆ ଯାଉଥିବା ବେଳେ ଅଧିକ ଫୋର୍ସ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଗୋରିଲା ବାରକୁ ପ୍ରତିହିତ କରିବାପାଇଁ ଦିଆ ଯାଉଛି। ଗୁଇନ୍ଦା ବିଭାଗ ପକ୍ଷରୁ ମାଓବାଦୀ ନେତା ତଥା ସଂଗଠନର ମୁଖ୍ୟ ଆର.କେ. ଓରଫ ରାମକ୍ରିଷ୍ଣା, ଉଦୟ, ଚଲପତି ଭଳି ବହୁ ଟପ କ୍ୟାଡରଙ୍କୁ ନିଶାଣ କରିଛି ମାଲକାନଗିରି ପୁଲିସ। ଏଥିପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଓ ପୁର୍ୱ ଗୋଦାବରୀ ପୁଲିସ ସହ ଆରମ୍ଭ ହୋଇଛି ଏହି ସ୍ୱତନ୍ତ୍ର ଅପରେସନ୍‍।

Comments are closed.