ସାଥୀମାନଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

ଅଭିଯୁକ୍ତ ସମେତ ୫ ଯବାନ ନିହତ, ୧୦ରୁ ଊର୍ଦ୍ଧ୍ବ ଆହତ

ଅମୃତସର: ପଞ୍ଜାବର ଅମୃତସର ସ୍ଥିତ ଖାସା ବିଏସଏଫ୍‌ ମେସ୍‌ରେ ରବିବାର ସକାଳେ ଜଣେ କ୍ରୋଧିତ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହାପରେ ସେ ନିଜକୁ ମଧ୍ୟ ଗୁଳି କରି ଦେଇଛନ୍ତି। ଗୁଳି ଚାଳନାରେ ଅଭିଯୁକ୍ତ ସମେତ ୫ ଜଣ ଯବାନ ନିହତ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡ଼ିଛି। ତେବେ ବିଏସଏଫ୍‌ ଅଧିକାରୀଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ। ଘଟଣାର ତଦନ୍ତ ଚାଲିଛି।

ସୂଚନା ଅନୁଯାୟୀ, ଅମୃତସରଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଥିବା ବିଏସ୍ଏଫ୍ ଖାସା ମୁଖ୍ୟାଳୟରେ ବିଏସ୍ଏଫର ୧୪୪ ବାଟାଲିଅନ୍ ଅବସ୍ଥିତ। ସୀମାରେ ଡ୍ୟୁଟିକୁ ନେଇ କନଷ୍ଟେବଳ ସତ୍ତେପ୍ପା ତାଙ୍କ ଅଧିକାରୀଙ୍କ ଉପରେ ରାଗିଥିଲେ। ରବିବାର ସକାଳେ ସେ ତାଙ୍କ ସର୍ଭିସ୍‌ ରାଇଫଲରୁ ବେଧଡ଼କ ଗୁଳି ଚଳାଇଥିଲେ। ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳଇବା ପରେ ସେ ନିଜକୁ ଗୁଳି କରିଦେଇଥିଲେ। ଏହି ଗୁଳିକାଣ୍ଡରେ ସତ୍ତେପ୍ପାଙ୍କ ସମେତ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

Comments are closed.