ବିଏସ୍ଏଫ୍ ଆଇଜିଙ୍କ କାଶୀପୁର ଗସ୍ତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକକୁ ଦିନିକିଆ ଗସ୍ତରେ ଶୁକ୍ରବାର ବିଏସ୍ଏଫ ଆଇଜି ଅରମେନ୍ଦ୍ର ପାଳ, କୋରାପୁଟ ଡିଆଇଜି ପି କେ ମିଶ୍ର, ଗୁଇନ୍ଦା ବିଭାଗ ଡିଆଇଜି ସୁକୁମାର ସଡଙ୍ଗି ଆସିଛନ୍ତି। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଇଜି ତାଙ୍କ ଟିମ୍ ସହ କାଶୀପୁର ହେଲିପ୍ୟାଡ ପଡିଆଠାରେ ପ୍ରାୟ ୧୧.୨୦ଘଣ୍ଟା ସମୟରେ ଅବତରଣ କରିଥିଲେ। ଏହାପରେ କାଶୀପୁରଠାରେ ଥିବା ବିଏସ୍ଏଫ କ୍ୟାମ୍ପ ଗସ୍ତ କରି ସ୍ଥିତି ପରଖିବା ସହ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମାଓ ଦମନ ପ୍ରକ୍ରିୟାକୁ ତ୍ବାରାନ୍ବିତ କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ଲାଲଗଡରୁ ମୁକ୍ତ କରିବା ପାଇଁ ଯବାନମାନଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ପ୍ରାୟ ଅଧ ଘଣ୍ଟା କ୍ୟାମ୍ପ ପରିସରରେ ରହିବା ପରେ ପୁଣି ହ୍ୟାଲିପ୍ୟାଡ ପଡିଆକୁ ଯାଇ ୧୨ଘଣ୍ଟା ସମୟରେ ଫେରିଯାଇଥିବା ସୂଚନା ମିଳିଛି।

Comments are closed.