ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଏଡିଜି ଏସ.ଏଲ୍. ଥାଓସେନ୍, ସମୀକ୍ଷା କଲେ ମାଓ ମୁକାବିଲା ସ୍ଥିତି

ଚିତ୍ରକୋଣ୍ଡା: ସୀମା ସୁରକ୍ଷା ବଳ (ବିଏସଏଫ୍)ର ଅତିରିକ୍ତ ଡିଜି(ଏଡିଜି)ଏସ.ଏଲ୍. ଥାଓସେନ୍ ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବସରରେ ଗୋରାସେତୁ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରିବା ସହିତ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସେହିପରି ସ୍ବାଭିମାନ ଅଞ୍ଚଳରେ ମୁତୟନ ହୋଇଥିବା ଯବାନମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ମାଓବାଦୀଙ୍କୁ କିଭଳି ଦମନ କରାଯାଇପାରିବ ସେଥିନେଇ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।
ଆଜି ସକାଳେ ସୀମା ସୁରକ୍ଷା ବଳ (ବିଏସଏଫ୍)ର ଅତିରିକ୍ତ ଡିଜି ଏସ.ଏଲ୍. ଥାଓସେନ୍ ହେଲିକପ୍ଟର ଯୋଗେ ଗୋରାସେତୁରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିଥିଲେ। ଶିଶୁ ଦିବସ ଅବସରରେ ଅତିରିକ୍ତ ଡିଜି ଏସ.ଏଲ୍. ଥାଓସେନ୍ ପିଲାମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସଏଫର ନବମ ବଟାଲିଅନର ଡିଆଇଜି ଏସ.କେ.ସିଂ, ମାଓ ଅପରେସନ୍ ଡିଆଇଜି ଅଙ୍କଳେଶ୍ବର ପାଣ୍ଡେ ଏବଂ ମାଲକାନଗିରି ଏସପି ଋଷିକେଶ ଧ୍ୟାନଦେଓ ଖିଲାରି ମଧ୍ୟ ସାମିଲ ହୋଇଥିଲେ।

Comments are closed.