ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ହେବାପରେ ୬୨୯ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ

0

ମୁମ୍ବଇ . –  ଶକ୍ତିକାନ୍ତ ଦାସ  ଆରବିଆଇର ଗଭର୍ଣ୍ଣର ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ବମ୍ବେ  ଷ୍ଟକ ଏକ୍ସଚେଞ୍ଜରେ ପରିବର୍ତ୍ତନ ଆସିଛି ।  ପୂର୍ବରୁ ପୂର୍ବତନ ଗଭର୍ଣ୍ଣର ଉରଜିତ୍‌ ପଟେଲ୍‌ଙ୍କ ଇସ୍ତଫା ଓ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳା ଫଳ ଘୋଷିତ ହେବାପରେ  ସେନ୍‌ସେକ୍ସର ସୂଚକାଙ୍କ  ତଳକୁ ଖସିଥିଲା ।

ମାତ୍ର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟୀତ୍ୱ ଗ୍ରହଣ କରିବା ପରେ  ଅଟୋମୋବାଇଲ ଓ ଧାତୁ ଉଦ୍ୟୋଗର ସେୟାର ମୂଲ୍ୟ ବୃଦ୍ଧି ପାଇଥିଲା । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ୬୨୯.୦୬ ପଏଣ୍ଟ ବୃଦ୍ଧି ପାଇ ୩୫,୭୭୯.୦୭ ରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୧୮୮.୪୫ ପଏଣ୍ଟ ବୃଦ୍ଧି ପାଇ ବୁଧବାରର କାରବାର ଶେଷ ସୁଦ୍ଧା ୧୦,୭୩୭.୬୦ ପଏଣ୍ଟରେ ପହଞ୍ଚିଥିଲା ।

ନୂଆକରି ଆରବିଆଇର ଗଭର୍ଣ୍ଣର ଦାୟୀତ୍ୱ ଗ୍ରହଣ କରିଥିବା ଶକ୍ତିକାନ୍ତ ଦାସ ବ୍ୟାକିଙ୍ଗ୍ କ୍ଷେତ୍ର ସହ ବିଭିନ୍ନ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଆଣିବେ ବୋଲି ବିଶ୍ୱାସ କରାଯାଉଛି ।

Leave A Reply