ଭୁବନେଶ୍ୱର ସ୍ମାର୍ଟ ସିଟି ସ୍ପେଶାଲ ସ୍କ୍ୱାଡ୍‍ର ବିଭିନ୍ନ ଘରୋଇ ଡାକ୍ତରଖାନା ଗସ୍ତ: କୋଭିଡ଼୍‍-୧୯ ନିର୍ଦ୍ଦେଶାବଳୀ ପାଳନ ନେଇ ଯାଞ୍ଚ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟର ଆଦେଶ ଅନୁପାଳନ ପୂର୍ବକ ଶନିବାର ଭୁବନେଶ୍ୱର ସ୍ମାର୍ଟ ସିଟି ସ୍ପେଶାଲ ସ୍କ୍ୱାଡ୍‍ ବିଏସସିଏଲ ରାଜଧାନୀର କିଛି ଘରୋଇ ଡାକ୍ତରଖାନା / ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନକୁ ଗସ୍ତ କରି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାବଳୀ ପାଳନ ନେଇ ଯାଞ୍ଚ କରିଛି। ଦକ୍ଷିଣ-ପୂର୍ବ ବିଏମସି ଅଧୀନରେ ଥିବା ବିଭିନ୍ନ ଘରୋଇ ଢାକ୍ତରଖାନାରେ କୋଭିଡ଼୍‍-୧୯ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାବଳୀ ସଠିକ ରୂପେ ପାଳନ କରାଯାଉଛି କି ନାହିଁ ସେ ନେଇ ଯାଞ୍ଚ କରାଯାଇଥିଲା।

ନିର୍ଦ୍ଦେଶ ଅନୁସାରେ, ଡା. ଶୁଭମ ପୁହାଣ(ଆସିଷ୍ଟାଣ୍ଡ ସର୍ଜନ ବିଏମସି ହସ୍ପିଟାଲ)ଙ୍କ ତତ୍ତ୍ୱାବଧାନରେ ପୁଲିସ ଟିମ ସହ ଉକ୍ତ ସ୍କ୍ୱାଡ୍‍ ସଞ୍ଜୀବନି ହସ୍ପିଟାଲ, ଶ୍ରୀ ହସ୍ପିଟାଲ, ସନ୍‍ ଫ୍ଲାୱାର ହସ୍ପିଟାଲ, ସନ୍‍ ସାଇନ୍‍ ହସ୍ପିଟାଲ, ନିଳାଚଳ ହସ୍ପିଟାଲ ଆଦିକୁ ଯାଇ ନିର୍ଦ୍ଦେଶାବଳୀର ପାଳନ ନେଇ ଯାଞ୍ଚ କରିଥିଲେ।

Comments are closed.