ବିଏସ-୬ ଚାରିଚକିଆ ଯାନର ନମ୍ବର ପ୍ଲେଟରେ ରହିବ ସ୍ବତନ୍ତ୍ର ରଙ୍ଗର ବ୍ୟାଣ୍ଡ

ନୂଆଦିଲ୍ଲୀ : ଏଣିକି ସମସ୍ତ ବିଏସ-୬ ​ମୋଟରର ଯାନରେ ଏକ ୧ ସେମି ମୋଟେଇର ଏକ ସବୁଜ ରଙ୍ଗର ପଟି ଲଗାଇବାକୁ ହେବ । ଏହି ସ୍ବତନ୍ତ୍ର ରଙ୍ଗର ଷ୍ଟିକର ଯାନର ପଞ୍ଜିକରଣ ବିବରଣୀ ବହନ କରିବ । ଏହାକୁ ଗାଡିରେ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଚଳିତବର୍ଷ ଅକ୍ଟୋବର ପହିଲାରୁ ଏହି ନିୟମକୁ ଲାଗୁ କରାଯିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପେଟ୍ରୋଲ କିମ୍ବା ସିଏନଜି ଗାଡ଼ି ପାଇଁ ହାଲକା ନୀଳ ରଙ୍ଗର ଷ୍ଟିକର ଓ ଡିଜେଲ ଗାଡ଼ି ପାଇଁ କମଳା ରଙ୍ଗର ଷ୍ଟିକର ଉପରେ ଏହି ସବୁଜ ରଙ୍ଗର ଷ୍ଟିକର ଦିଆଯିବାର ନିୟମ କରାଯାଇଥିଲା। ବର୍ତ୍ତମାନ ଏହି ଏକ ସେମି ମୋଟେଇର ଷ୍ଟିକର ବିଏସ-୬ ବାହନର ୱିଣ୍ଡଶିଲ୍ଡ ଉପରେ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.