ରାଜଧାନୀରେ ସଂଘବଦ୍ଧ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ବାଇକ ଆରୋହୀ ଜଣେ ଯୁବକଙ୍କୁ ୧୦ରୁ ଊର୍ଦ୍ଧ୍ବ ଯୁବକଙ୍କ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି ପୁଲିସ। ଆହତ ଯୁବକଙ୍କ ନାମ ବବୁଲୁ ଓ ସେ ନୟାପଲ୍ଲୀ ବେହେରା ସାହିର ବୋଲି ଜଣାପଡ଼ିଛି। ଆହତ ଯୁବକ ବବୁଲ କହିଛନ୍ତି ଯେ ୟୁନିଟ ୪ ଅଞ୍ଚଳର ବାଦଲ ଓ ବାବୁଙ୍କୁ ମିଶାଇ ୧୦ରୁ ଅଧିକ ଯୁବକ ଖଟି ସାଙ୍ଗକୁ ନିଶାଦ୍ରବ୍ୟ ସେବନ କରନ୍ତି। ଜନଗହଳିପୂର୍ଣ୍ଣ ଜୟଦେବ ଛକ ନିକଟରେ ଖଟି କରିବା ପ୍ରସଙ୍ଗକୁ ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ଜୟଦେବ ବିହାର ଟ୍ରାଫିକପୋଷ୍ଟ୍‌ର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଅପରାଧିଙ୍କୁ ଠାବ କରିବ ବୋଲି ଜଣାପଡ଼ିଛି।

Comments are closed.