୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ଵର: ବ୍ରାଉନସୁଗାର ବ୍ୟବସାୟର ପେଣ୍ଠସ୍ଥଳ ବାଲେଶ୍ଵର ଜିଲାରୁ ପୁଣି ଥରେ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ଵର ଅନ୍ତର୍ଗତ ଝାଡ଼େଶ୍ଵରପୁର ବସ୍ତିରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗତ ଶୁକ୍ରବାର ଏସଟିଏଫ ଅରଡ଼ ବଜାରରୁ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

Comments are closed.