ପୁରୀରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ନାବାଳକ ସମେତ ୨ ଗିରଫ

ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମଙ୍ଗଳାଘାଟ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ମିଳିତ ଭାବେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ସର୍ବେଶ୍ବର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସମେତ ଜଣେ ନାବାଳକ ଗିରଫ ହୋଇଛନ୍ତି। ବାସେଳି ସାହି ଥାନାରେ ଏନେଇ ମାମଲା ରୁଜୁ ହୋଇଛି।

 

Comments are closed.