ଭଦ୍ରକରୁ ବ୍ରାଉନସୁଗର ଜବତ

0

ଭଦ୍ରକ : ଚରମ୍ପା ରେଳ ଷ୍ଟେସନ ରାସ୍ତାରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ସୂଚନା ଅନୁସାରେ, ଭଦ୍ରକ ଜିଲା ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ସ୍କ୍ୱାଡ଼୍ ପକ୍ଷରୁ ଭଦ୍ରକ ଚରମ୍ପା ରେଳଷ୍ଟେସନ ରାସ୍ତାରେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ବିଦାଙ୍ଗ ଅଞ୍ଚଳର ବନଜା ଷଡ଼ଙ୍ଗୀ ନାମକ ଜଣେ ୩୦ ବର୍ଷିୟା ମହିଳାଙ୍କ ଠାରୁ ଏହି ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗରକୁ ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳରୁ ଭଦ୍ରକ ଅଣାଯାଉଥିବା ବେଳେ ଅବକାରୀ ଅଫିସର୍‍ମାନଙ୍କ ହାତରେ ଧରା ପଡ଼ିଛି। ଜବତ ବ୍ରାଉନସୁଗର ପ୍ରାୟ ୧୩ ଗ୍ରାମର ହୋଇଥିବା ବେଳେ ଏହାର ଆନୁମାନିକ ବଜାର ଦର ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

Leave A Reply