ମାଛ ପାଟିରେ ଚାଲାଣ ହେଉଛି ବ୍ରାଉନ ସୁଗାର; ଜବତ କଲା ଜଳେଶ୍ବର ପୁଲିସ

ଜଳେଶ୍ଵର : ଲକ୍ ଡାଉନ ସମୟରେ ନୂଆ ଫର୍ମୁଲାରେ ହେଉଛି ବ୍ରାଉନସୁଗର । ମାଛ ପାଟିରେ ଚାଲାଣ ହେଉଛି ବ୍ରାଉନ ସୁଗର । ଲକ୍‌ଡାଉନ୍‌ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍‌ସୁଗର୍‌ ଚାଲାଣ କରି ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଜଣେ ଯୁବକ ।

ସୂଚନଅନୁସାରେ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଲକ୍ଷ୍ମଣନାଥ ସୀମାନ୍ତରୁ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଯୁବକଙ୍କ ଘର ପଶ୍ଚିମବଙ୍ଗ ଦାନ୍ତନ ଅଞ୍ଚଳରେ ବୋଲି ଜଣାପଡ଼ିଛି ।  ସମ୍ପୃକ୍ତ ଯୁବକ ଜଣକ ମାଛ ପାଟି ଭିତରେ ୩ଟି ବ୍ରାଉନ୍‌ସୁଗର୍‌‌ ପୁଡ଼ିଆ ଭର୍ତ୍ତି କରି ଜଳେଶ୍ୱରରୁ ପଶ୍ଚିମବଙ୍ଗ ଚାଲାଣ କରୁଥିଲେ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Comments are closed.