ଧଳା ଜହର ଖାଇବା ବାରଣକୁ ନେଇ ଥାନାରେ ଅଭିଯୋଗ କଲେ ମହିଳା

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳର ଘର ନିକଟରେ ଧଳା ଜହର ଖାଇବା ବାରଣକୁ ନେଇ ୧ମାସ ଶିଶୁ ସହ ମା’କୁ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ବିଳମ୍ବିତ ରାତି ୧ ଟାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଶୈଳଶ୍ରୀବିହାର ଦମକଳ କେନ୍ଦ୍ର ପଛପଟ ନିଛାଟିଆ ଗଳିରେ କିଛି ଅସାମାଜିକ ଯୁବକ ଧଳା ଜହର ଖାଉଥିବା ଦେଖି ସ୍ଥାନୀୟ ଲୋକେ ଏହାକୁ ବାରଣ ସହିତ ଏଠାରୁ ପଳେଇ ଯିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶା ଖାଇଥିବା କା କାହ୍ନ ନାଏକ, ହାପି ନାଏକ ଦୁହେଁ ଅଭିଯୋଗକାରିଣୀ ମହିଳାଙ୍କୁ ଆକ୍ରମଣ କରିଥିଲେ।

Comments are closed.