ବ୍ରାଉନସୁଗାର ବେପାରକୁ ନେଇ ଗୁଳିମାଡ – ଯୁବକ ଗୁରୁତର

ବୁଗୁଡ଼ା: ବ୍ରାଉନ ସୁଗାର ବେପାରକୁ କେନ୍ଦ୍ର କରି ବୁଗୁଡ଼ା ଥାନା ଅନ୍ତର୍ଗତ କଲେଜ ରୋଡ଼ର ନୃସିଂହ ମନ୍ଦିର ନିକଟରେ ଶନିବାର ଭୋରରେ ଗୁଳିମାଡ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳି ବାଜିଛି। ଆହତ ଯୁବକ ଜଣକ ହେଲେ ନୟାଗଡ଼ ଜିଲା କଳାପଥର ଅଞ୍ଚଳ ମାଣିକଗଡ଼ ଗାଁର ରଞ୍ଜନ ଦଳେଇ ।

ଆହତ ରଞ୍ଜନଙ୍କୁ ପ୍ରଥମେ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନିକଟସ୍ଥ ଜଗତପାଟଣା ଗ୍ରାମର ଅର୍ଜୁନ କର ଓରଫ୍‍ ମୁନା ତାକୁ ଗୁଳି ମାରିଥିବା ସେ ଅଭିଯୋଗ କରିଛି। ଏହି ଘଟଣା ବ୍ରାଉନ୍‍ ସୁଗାର ବେପାର ସହ ଜଡ଼ିତ ବୋଲି ସାଧାରଣରେ ଆଲୋଚନା ହେଉଛି। ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ପୁଲିସ ଅନୁସନ୍ଧାନ ଜାରି ରଖିଛି। ଅଭିଯୁକ୍ତ ମୁନା ଫେରାର ରହିଛି।

Comments are closed.