ପରକୀୟ ପ୍ରୀତି ଅଭିଯୋଗ; ଭାଉଜ ଓ ଦିଅର ଆତ୍ମହତ୍ୟା

0

କଟକ: ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଟଣା ପଞ୍ଚାତର ଖଣ୍ଡଗାଁ ଗ୍ରାମରେ ଏକ ଘରୁ ଭାଉଜ ଓ ଦିଅରଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ଅବୈଧ ସମ୍ପର୍କର ବିଷୟରେ ଜଣାପଡି ଯିବା ପରେ ଲୋକ ଲଜ୍ଜାକୁ ଡରି ସେମାନେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାରଲୋକ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ତ୍ରୀ ତୁଳସୀଙ୍କର ସେହି ଗ୍ରାମର ଭଞ୍ଜ ପାତ୍ର ନାମକ ଜଣେ ସମ୍ପର୍କୀୟ ଦିଅରଙ୍କ ସହିତ ପରକୀୟ ପ୍ରୀତି ଚାଲିଥିବା ନେଇ ସ୍ବାମୀ କ୍ଷୀରାଦ ସନ୍ଦେହ କରୁଥିଲେ। ଗତକାଲି ତୁଳସୀଙ୍କ ଶୋଇବା ଘରେ ଭଞ୍ଜ ପାତ୍ର ଥିବା ନେଇ କ୍ଷୀରାଦ ଜାଣିବାକୁ ପାଇଲା ପରେ ସଙ୍ଗେସଙ୍ଗେ ଘର ବାହାର ପଟୁ କବାଟ ବନ୍ଦ କରି ପଡିଶାଲୋକଙ୍କୁ ଡାକିବା ସହ ଥାନାକୁ ଖବର ଦେଇଥିଲେ । ପୁଲିସ ଆସି କବାଟ ଖୋଲିଲା ବେଳକୁ ସିଲିଂ ଫ୍ୟାନ୍‌ରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

Leave A Reply