କାଶ୍ମୀରରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌ ସକ୍ରିୟ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ଗୁରୁବାର କାର୍ଯ୍ୟକାରୀ କରାଯାଇଛି। ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୋସିଆଲ ମିଡିଆ ବ୍ୟବହାର ଉପରୁ କଟକଣା ହଟାଇ ଦିଆଯାଇଥିଲା। ସୋସିଆଲ ମିଡିଆ କଟକଣା ହଟିବା ପରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌କୁ ସକ୍ରିୟ କରାଯାଇଛି। ତେବେ ଇଣ୍ଟରନେଟର ସ୍ପିଡ (ବେଗ) ଉପରେ ନିୟନ୍ତ୍ରଣ ରଖାଯାଇଛି। ମୋବାଇଲ ଡାଟା ସେବାକୁ ୨ଜି ମଧ୍ୟରେ ସୀମିତ ରଖାଯାଇଛି। ୨୦୧୯ ଅଗଷ୍ଟ ୪ରୁ ଜାମ୍ମୁ-କାଶ୍ମୀରରେ ସମସ୍ତ ପ୍ରକାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜନ କରିଥିଲେ।

Comments are closed.