ବ୍ରଡ଼ଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟିଲା

0

ନର୍ଟିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‍ରେ ଆଇସିସି ଆଦର୍ଶ ଆଚରଣବିଧି ଭଙ୍ଗ କରିଥିବା ଅଭିଯୋଗରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟାଯାଇଥିବା ଜଣାପଡ଼ିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‍ର ଗତ ରବିବାର ଖେଳରେ ଭାରତୀୟ ବ୍ୟାଟସମ୍ୟାନ୍‍ ଋଷଭ ପନ୍ଥଙ୍କୁ ଆଉଟ୍‍ କରିବା ପରେ ବ୍ରଡ଼ ତାଙ୍କ ଆଡ଼କୁ ମାଡ଼ି ଆସି ତାଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ପଡ଼ିଆରେ ଉପସ୍ଥିତ ଅମ୍ପାୟାରଦ୍ୱୟ ମ୍ୟାଚ୍‍ ରେଫରି ଜେଫ୍‍ କ୍ରୋଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ରଡ଼ ଆଇସିସି ଆଦର୍ଶ ଆଚରଣବିଧିର ୨.୧.୭ ଭଙ୍ଗ କରିଥିବା ମ୍ୟାଚ୍‍ ରେଫରି ଦର୍ଶାଇଥିଲେ। ବ୍ରଡ଼ ନିଜ ଭୁଲ୍‍ ସ୍ୱୀକାର କରିବା ପରେ ତାଙ୍କର ୧୫ ପ୍ରତିଶତ ମ୍ୟାଚ୍‍ ଫି’ କାଟିବାକୁ ଜେଫ୍‍ କ୍ରୋ ନିର୍ଦେଶ ଦେଇଥିଲେ। ଏଥିସହ ବ୍ରଡ଼ଙ୍କୁ ଗୋଟିଏ ଡିମେରିଟ୍‍ (ନକରାତ୍ମକ) ପଏଣ୍ଟ ମିଳିଛି।

Leave A Reply