ଶିମ୍ବ ଖାଇବା ଶରୀର ପାଇଁ ଲାଭଦାୟକ

0

ଶିମ୍ବରେ ଭିଟାମିନ ବି ୬, ଥାୟାମିନ ଓ ନିୟାସିନ ରହିଛି। ଏହି ସମସ୍ତ ତତ୍ତ୍ବ ଶରୀରର ବିଭିନ୍ନ ଆବଶ୍ୟକତା ପୂରଣ କରିଥାଏ। ଏହାସହ ଶିମ୍ବରେ କିଛି ଏପରି ତତ୍ତ୍ବ ରହିଛି ଯାହା ଶରୀରରେ ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ରକ୍ତ ସଫା ରହିବା ଦ୍ବାରା ମୁହଁ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା କମ ରହିଥାଏ।

ଶିମ୍ବରେ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଏହା ହୃଦୟ ସମ୍ବନ୍ଧୀୟ ରୋଗ ହେବାରୁ ରକ୍ଷା କରିଥାଏ। ଶିମ୍ବରେ ଏନର୍ଜି ଠିକ ପରିମାଣରେ ରହିଛି। ତେଣୁ ଏହା ଖାଇବା ଦ୍ବାରା ଶରୀରରେ ଆଇରନର ମାତ୍ରା ଠିକ ରହିଥାଏ। ମହିଳାମାନଙ୍କୁ ଶିମ୍ବ ଖାଇବାକୁ କୁହାଯାଇଛି।

ଶିମ୍ବ ଖାଇବାର ଉପକାରିତା :

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଚର୍ମ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ।

ରକ୍ତ ସଫା କରିଥାଏ।

କୌଣସି କୀଟ କାମୁଡିଲେ ଶିମ୍ବ ପତ୍ରର ରସ ଲଗାଇବା ଲାଭଦାୟକ ହୋଇଥାଏ।

ଯଦି ଆପଣ ପତଳା ତେବେ ଶିମ୍ବ ଖାଇବା ଦ୍ବାରା ଶରୀରକୁ ଠିକ ପରିମାଣରେ ଶକ୍ତି ମିଳିଥାଏ।

Leave A Reply