ବ୍ରିଟେନ୍‌‌ରେ ବିବାହ ପାଇଁ ନୂଆ ନିୟମ

ରୋନା ଭାଇରସର ପ୍ରକୋପ ଦୈନିକ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ ବ୍ରିଟେନ୍‌‌ର ଲଣ୍ଡନରେ ମଧ୍ୟ ବିବାହ ପାଇଁ କେତୋଟି ନିୟମ କାର୍ଯ୍ୟକାରୀ ହୋଇଛି। ଲୋକେ ଏହାକୁ ଯଥା ଭାବେ ପାଳନ ନ କଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୀର୍ଜାରେ ବିବାହ ଆୟୋଜିତ ହେବ, କିନ୍ତୁ ସର୍ବମୋଟ୍ ୩୦ଜଣ ଲୋକ ଉପସ୍ଥିତ ରହି​‌ବେ। ବିବାହ ଦିନ କନ୍ୟା ବାପାଙ୍କ ହାତ ଧରି ଗୀର୍ଜାକୁ ପ୍ରବେଶ କରାଯିବାର ନିୟମକୁ ବର୍ତ୍ତମାନ ପାଇଁ କଡ଼ାକଡ଼ି କରାଯାଇଛି। କନ୍ୟାଙ୍କ ସହ ରହୁଥିବା ‘ବ୍ରାଇଡସ୍‌ ମେଡ୍’ ମଧ୍ୟ ଯୋଗଦେଇପାରିବେ ନାହିଁ। ବର-କନ୍ୟା ପରସ୍ପରକୁ ମୁଦି ପିନ୍ଧାଇବା ପୂର୍ବରୁ ପ୍ରଥମେ ହାତକୁ ସାନିଟାଇଜ୍ କରିବେ ଓ ପରେ ମୁଦି ପିନ୍ଧାଇ ହାତକୁ ଟିସୁରେ ପୋଛିନେବେ। ଅତିଥି ପରସ୍ପରକୁ ଆଲିଙ୍ଗନ, ହସ୍ତମର୍ଦନ କରିପାରିବେନାହିଁ। ୧ମିଟର ସାମାଜିକ ଦୂରତାରେ ପରସ୍ପରଠାରୁ ଛିଡ଼ା ହେବେ। ୩୪ ବର୍ଷୀୟା ଇଂଜିନିୟର ଜେନିଫର୍ ଜୁଲାଇ ଦ୍ବିତୀୟ ସପ୍ତାହରେ ବିବାହ କରିବେ କିନ୍ତୁ ତାଙ୍କ ମନରେ ଆଦୌ ସରାଗ ନାହିଁ। କାରଣ ପ୍ରଶାସନର କଟକଣା ଅନୁସାରେ, ସେ ନିରାଡ଼ମ୍ବର ଭାବେ ବିବାହ କରିବେ। ବିବାହ ପାଇଁ ବର୍ଷେ ତଳୁ ନିଜ ଭାବୀ ସ୍ବାମୀଙ୍କ ସହ ସପିଂ କରୁଥିଲେ। ହେଲେ କରୋନା କାରଣରୁ ସବୁ ଯେ ଠପ୍ ହୋଇଯିବ, ଏହା ସେ ସ୍ବପ୍ନରେ ସୁଦ୍ଧା ଭାବିନଥିବାର ଜେନିଫର କହିଛନ୍ତି। n

Comments are closed.