ଆସିପାରେ କରୋନା ମହାମାରୀର ତୃତୀୟ ଲହର: ବ୍ରିଟିଶ୍ ବିଶେଷଜ୍ଞଙ୍କ ଆଶଙ୍କା

କରୋନା ଯୋଗୁଁ ତ୍ରସ୍ତ ବିଶ୍ଵ ସମୁଦାୟ ପାଇଁ ପୁଣି ଏକ ଖରାପ ଖବର । ବ୍ରିଟେନର ଏଡ଼ିନବର୍ଗ ବିଶ୍ଵବିଦ୍ୟାଳୟ ସଂକ୍ରାମକ ରୋଗ ବିଭାଗ ପ୍ରଫେସର ମାର୍କ ବୁଲହାଉସ କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛନ୍ତି । ବ୍ରିଟେନରେ କରୋନା ସଂକ୍ରମଣକୁ ନେଇ ଗବେଷଣା କରୁଥିବା ମାର୍କ କହିଛନ୍ତି ଯେ କରୋନା ଶେଷ ହୋଇ ଆସୁଛି ବୋଲି ଯେଉଁ ଧାରଣା ହେଉଛି ତାହା ଭୁଲ । ଏହାର ତୃତୀୟ ଲହର ମଧ୍ୟ ଆସିପାରେ ।

ପ୍ରଫେସର ମାର୍କ କହିଛନ୍ତି ଯେ ଯଦି ଖୁବଶୀଘ୍ର କରୋନା ଟୀକା ଉଦ୍ଭବ ସମ୍ଭବ ନ ହୁଏ, ତେବେ ଏଥିରୁ ବର୍ତିବାକୁ ଅନ୍ୟ ବାଟ ଖୋଜିବାକୁ ପଡ଼ିବ । ଅଧିକ ଲୋକଙ୍କ ପରୀକ୍ଷା କରିବାକୁୁ ହେବ । ଏହା ସହ ଆଉ କେଉଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହାକୁ ଅନୁଧ୍ୟାନ କରିବାକୁ ପଡ଼ିବ । ସଂପ୍ରତି ବ୍ରିଟେନରେ ଲିଡ଼ସ, ୟର୍କଶାୟାର, ଷ୍ଟାକପୋର୍ଟ, ବ୍ଲାକପୁଲ, ମେଡ଼ିଲ୍ୟାଣ୍ଡ ସହ ବିଭିନ୍ନ ସ୍ଥାନରେ ସଂପୂର୍ଣ ଲକଡ଼ାଉନ ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ବିଶ୍ଵସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଟୀକା ଉପଲବ୍ଧ ହେବା ଯେତେ​‌ ବିଳମ୍ବ ହେବ ମୃତ୍ୟୁ ସଂଖ୍ୟା ସେତେ ବୃଦ୍ଧି ପାଇବ । ସମ୍ଭବତଃ ସେତେ​‌ବେଳକୁ ବିଶ୍ଵରେ ୨୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥାଇ ପାରନ୍ତି । ଯଦି ପୃଥିବୀର ସବୁ ଦେଶ ମିଳିତ ଭାବରେ କାର୍ଯ୍ୟ ନ କରନ୍ତି ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମତ ଦେଇଛି ।

Comments are closed.