ଗଣେଶ ପୂଜାରେ ମେଧାବୀ ଛାତ୍ର ବିଷ୍ଣୁଙ୍କୁ ବଣିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ

ପାଟଣା : ଚଳିତ ବର୍ଷ +୨ ବାଣିଜ୍ଯ ରେ ସାରା ଓଡ଼ିଶାରେ ୧୩ ନମ୍ବର ସ୍ଥାନରେ ରହି ପାସ କରିଥିବା ଢେଙ୍କିକୋଟର ଏହି ମେଧାବୀ ଛାତ୍ର ବିଷ୍ଣୁ ପରିଡାଙ୍କୁ ଢେଙ୍କିକୋଟ ବଣିକ ସଂଘ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଢେଙ୍କିକୋଟ ବଣିକ ସଂଘର ସଭାପତି ରାଜକିଶୋର ସାହୁ, ସମ୍ପାଦକ ଲଲାଟେନ୍ଦୁ ସାହୁ, ଲକ୍ଷ୍ମୀଧର ସାହୁ, ମହେଶ୍ବର ସାହୁ, କୁଞ୍ଚ ବାବୁ, ଗତିକୃଷ୍ଣ ଦଳେଇ, ସମୀର ଲାହ, ଛବି ମହାପାତ୍ର ପ୍ରମୁଖ ଉପସ୍ଥିତରେ ମେଧାବୀ ଛାତ୍ର କୃଷ୍ଣ ପରିଡାଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Comments are closed.