୨ ପଞ୍ଚାୟତବାସୀଙ୍କ ପାଇଁ କାଠ ପୋଲ ଭରସା ଘଟଣା, ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ଫୁଲବାଣୀ/ଚକାପାଦ: ଚକାପାଦ ବ୍ଳକ ଅନ୍ତର୍ଗତ ପସରା ପଞ୍ଚାୟତର ଜୁଇଖୋଲଠାରୁ ଅନ୍ୟ ଗ୍ରାମଗୁଡ଼ିକୁ ବିଛିନ୍ନ କରି ରଖିଥିବା ବୃତ୍ତଙ୍ଗ ନଦୀ ଉପରେ ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଗତ ୨୦୧୩ରେ ହୋଇଥିବା ଫାଇଲିନ୍‍ ଓ ପରବର୍ତ୍ତୀ ସମୟରେ ୨୦୧୮ରେ ହୋଇଥିବା ତିତିଲି ବନ୍ୟାପରେ ସଂପୂର୍ଣ୍ଣଭାବେ ଭାବେ ଭାସିଯାଇଛି। ଫଳରେ ପସରା-ମୁଣ୍ଡାଗାଁ ମୁଖ୍ୟ ରାସ୍ତାରେ ଥିବା ରାଇପଦାଠାରୁ ଜୁଇଖୋଲ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ବୃତ୍ତଙ୍ଗ ନଦୀ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପସରା ଓ ଚାହାଳି ପଞ୍ଚାୟତର ୮ଟି ଗ୍ରାମର ଅଧିବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ନିକଟରେ ଗ୍ରାମବାସୀମାନେ ଏକ କାଠ ପୋଲ ନିର୍ମାଣ କରିଛନ୍ତି। ୨ ଟି ପଞ୍ଚାୟତବାସୀଙ୍କ ସାହାର ପାଲଟିଛି ଅସ୍ଥାୟୀ କାଠପୋଲ ସଂପର୍କିତ ଖବର ପ୍ରକାଶିତ ପରେ ଆଜି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଉକ୍ତ କାଠପୋଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଘଟଣା ସ୍ଥଳରେ ପହଁଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଫେରିଛନ୍ତି। ଏହି ଅବସରରେ ଚକାପାଦ ବିଡ଼ିଓ ଅନିଲ୍‍ କୁମାର ପଟନାୟକ, ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା, କନିଷ୍ଠଯନ୍ତ୍ରୀ ଓ ଅନ୍ୟମାନେ ମଧ୍ୟ ସାମିଲ୍‍ ହୋଇଥିଲେ। ପୂର୍ବରୁ ଉକ୍ତ ପୋଲ ବାଲିଗୁଡ଼ା ଆଇଟିଡ଼ିଏ ଦ୍ୱାରା ନିର୍ମାଣ ହୋଇଥିଲା। ତେବେ ବର୍ତ୍ତମାନ ଯେଉଁ ଅନୁଦାନ ଆବଶ୍ୟକ ତାହା ବ୍ଳକ ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରିବା ସମ୍ଭବ ନଥିବ ଯୋଗୁଁ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିବା ସହିତ ଏନେଇ ବ୍ଳକ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଜିଲା ପ୍ରଶାସନକୁ ଅବଗତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇତିଲେ। ତେବେ ତୁରନ୍ତ ଉକ୍ତ ପୋଲ ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଆଜି ଗସ୍ତବେଳେ ଅଞ୍ଚଳବାସୀ ପୁଣିଥରେ ଦାବି କରିଥିଲେ।

Comments are closed.