ଭୁଶୁଡ଼ିଲା ବ୍ରିଜ: ବ୍ରହ୍ମପୁର-ନୟାଗଡ଼ ରାସ୍ତା ବିଚ୍ଛିନ୍ନ

0

ବ୍ରହ୍ମପୁର: ବ୍ରହ୍ମପୁର-ନୟାଗଡ଼କୁ ସଂଯୋଗ କରୁଥିବା ଆମ୍ବଖାଲ ବ୍ରିଜ ଭୁଶୁଡ଼ି ପଡ଼ିଛି। ଗଞ୍ଜାମ ଜିଲାର ବୁଗୁଡ଼ା ନିକଟରେ ମାତ୍ର ତିନି ବର୍ଷ ପୂର୍ବେ ଏହି ବ୍ରିଜ୍‍ ନିର୍ମାଣ ହୋଇଥିଲା। ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ବସ୍‍ ଚଳାଚଳ ବନ୍ଦ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ରିଜ୍‍ର ଦୁଇ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହିଛି। ବୁଗୁଡ଼ା ଦେଇ ବ୍ରହ୍ମପୁରରୁ ନୟାଗଡ଼ ଯାଉଥିବା ବସ୍‍ ଚଳାଚଳ ବନ୍ଦ ରହିଛି। ଗତ କାଲି ରାତିରେ ବର୍ଷା ହେବା ଫଳରେ ବ୍ରିଜ ଭୁଶୁଡ଼ି ୧୫ ଫୁଟ୍‍ ଗହୀରର ଗାତ ସୃଷ୍ଟି ହୋଇଛି।

Leave A Reply