ମୁକୁଳା ପୋଲରେ ଅସୁରକ୍ଷିତ ଯାତ୍ରା ; ପ୍ରଶାସନର ନିଘା ନାହିଁ

କୋଟଗଡ : କନ୍ଧମାଳ ଜିଲା କୋଟଗଡର ବହୁ ପ୍ରତିକ୍ଷୀତ କରାସର ନଦୀ ଉପରେ ପୋଲ କାର୍ଯ୍ୟ ସରିବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲକୁ ସଂଯୋଗ କରୁଥିବା ରାସ୍ତାର ସୁରକ୍ଷା ପାଚେରୀ ନିର୍ମାଣ କରାଯାଇ ପାରିନାହିଁ । ଫଳରେ ଯାତାୟତ ବିପଦଜନକ ହୋଇ ପଡିଛି । ପୋଲର ଦୁଇ ପଟେ ସୁରକ୍ଷା ପାଚେରୀ ନଥିବାରୁ ବିଭିନ୍ନ ସମୟରେ ଯାନବାହାନ ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସି ପଡୁଥିବା ଅଭିଯୋଗ ହୋଇଛି । ଫଳରେ ତୁରନ୍ତ ପୋଲର ଦୁଇ ପାର୍ଶ୍ୱରେ ବାଡ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଉଛି । ଏନେଇ କୋଟଗଡ ଦାୟିତ୍ୱରେ ଥିବା ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ସୁନିଲ ଘୋଷ କହିଛନ୍ତି ଯେ, ପୋଲର ବାଡା ନିର୍ମାଣ ହେଇଥାନ୍ତା କିନ୍ତୁ ସମ୍ପୃକ୍ତ ରାସ୍ତାକଡରେ ସାଧାରଣ ଲୋକଙ୍କ ଜମି ଥିବାରୁ ସୁରକ୍ଷା ପାଚେରି ନିର୍ମାଣ କରାଯାଇପାରୁନାହିଁ । ତେଣୁ କାଠ ବାଡ ନିର୍ମାଣ କରାଯିବ ।

Comments are closed.