ବ୍ରାହ୍ମଣୀ ନଦୀର ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

0

ରାଉରକେଲା: ବ୍ରାହ୍ମଣୀ ନଦୀର ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ଗୁରୁବାର ପାନପୋଷ ରୂପଟୋଲା ନିକଟରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ପାନପୋଷ ଉପଜିଲାପାଳ, ଦୁଇ ଜଣ ମାଜିଷ୍ଟ୍ରଟ୍‌, ୫ ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ୩ଟି ଜେସିବି ସାହାଯ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଛି । ଉଚ୍ଛେଦ ବେଳେ ମୋଟ୍ ୫୦ଟି ଘର ଭଙ୍ଗା ଯାଇଛି । ଏନେଇ ପୂର୍ବରୁ ବସ୍ତିବାସନ୍ଦାଙ୍କୁ ନୋଟିସ ହୋଇଥିଲେ ମଧ୍ୟ ସେମାନେ ସେମାନେ ବସ୍ତି ଖାଲି କରିନଥିଲେ ।

ସୂଚନାଯୋଗ୍ୟ, ଯାନବାହନ ଚଳାଚଳ ବୃଦ୍ଧିକୁ ଦୃଷ୍ଟରେ ରଖି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସେଠାରେ ଥିବା ବସ୍ତି ସେତୁ ନିର୍ମାଣରେ ବାଧକ ସାଜିଥଲା । ବସ୍ତିରେ ରହୁଥିବା ୨୫ ଭୂମିହୀନମାନଙ୍କ ପାଇଁ ସରକାର ପକ୍ଷରୁ ଥଇଥାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେମାନେ ବସ୍ତି ଖାଲି କରିନଥିଲେ । ନଭେମ୍ବର ୩୦ ତାରିଖ ସୁଦ୍ଧା ବସ୍ତି ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ ହୋଇଥିଲେ । ନୋଟିସ ପରେ ବି ବସ୍ତି ଖାଲି ନହେବାରୁ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

Leave A Reply