ସ୍ତ୍ରୀ’ ମୃତ୍ୟୁର ଭିଡ଼ିଓ ରେକଡିଂ କଲା ସ୍ୱାମୀ ; ଏବେ ଜେଲରେ

0

ମଥୁରା : ଶ୍ୱଶୂରଘରର ଅତ୍ୟାଚାରରେ ଅତିଷ୍ଟ ହୋଇ ବୋହୁ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବା, ଏହାତ ସାଧାରଣ କଥା। ହେଲେ ତା’ ସ୍ୱାମୀ ଏହି ପୂରା ଘଟଣାର ଭିଡ଼ିଓ ରେକର୍ଡ଼ିଂ କରିବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଥୁରା ଥାନା ଅନ୍ତର୍ଗତ ରାଜରାସ୍ତା ପାଖରେ ଥିବା ଅଞ୍ଚଳରେ ଜଣେ ବିବାହିତାଙ୍କ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିଛି। ଆଶ୍ଚର୍ଯ୍ୟର କଥା ବିବାହିତା ଆତ୍ମହତ୍ୟା କରୁଥିବା ସମୟର ଭିଡ଼ିଓ ଫୋନ୍‍ ରୁ ଫୋନ୍‍ ଘୁରି ବୁଲୁଛି। ଏହି ଭିଡ଼ିଓକୁ ରେକର୍ଡ଼ିଂ କରିଛନ୍ତି ଖୋଦ୍‍ ତାଙ୍କ ସ୍ୱାମୀ। ଭିଡ଼ିଓରେ ବିବାହିତା ଜଣକ ଶ୍ୱଶୂରଘର ଲୋକଙ୍କ ସମ୍ମୁଖରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରୁଛନ୍ତି। ହେଲେ ତାଙ୍କ ସ୍ୱାମୀ ଓ ପରିବାର ବର୍ଗ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ବାହାରେ ଠିଆ ହୋଇ ଝରକା ପଟେ ତାଙ୍କ ମୃତ୍ୟୁର ଭିଡ଼ିଓ ସୁଟିଂ କରିଥିଲେ। ଏହି ଲଜ୍ଜାଜନକ ଘଟଣାରେ ପୁଲିସ ଶ୍ୱଶୂରଘର ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
ମଥୁରା ସ୍ଥିତ ପ୍ରେମନଗର ଗାଁ’ର ଗୀତାଙ୍କ ବିବାହ ୨୨ ଏପ୍ରିଲ୍‍ ୨୦୧୫ ରେ ଥାନା ରାଜରାସ୍ତା ଅନ୍ତର୍ଗତ ବୁଦ୍ଧ ବିହାର କଲୋନୀରେ ରହୁଥିବା ରାଜ କପୁରଙ୍କ ସହ ହୋଇଥିଲା। ବିବାହର କିଛିଦିନ ପରେ ଗୀତାଙ୍କ ଶଶୂରଘର ଲୋକେ ତାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ। ଏହାକୁ ନେଇ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପ୍ରତିଦିନର ଏହି ଝଗଡ଼ାରେ ଅତିଷ୍ଠ ହୋଇ ଗୀତା ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗୀତା ଘରଭିତରେ ଆତ୍ମହତ୍ୟା କରୁଥିଲେ ଓ ତାଙ୍କ ସ୍ୱାମୀ ରାଜ କପୁରଙ୍କ ସହ ପରିବାର ବର୍ଗ ମିଶି ଏହାର ଭିଡ଼ିଓ କରୁଥିଲେ। ୧୨ ମିନିଟ୍‍ ୧୪ ସେକେଣ୍ଡର ଏହି ଭିଡ଼ିଓରେ ଗୀତାଙ୍କ ନଣଦ ଓ ଶାଶୂ ରାଣ ଦେଇ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅପର ପାର୍ଶ୍ବରେ ତାଙ୍କ ସ୍ୱାମୀ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରୁଥିଲେ। ଭିଡ଼ିଓରୁ ଜଣାପଡ଼ୁଛି ଯେ ସେମାନେ କେବଳ ଦେଖାଇବା ପାଇଁ କଥା ମାଧ୍ୟମରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ କେହି ଘର ଭିତରେ ପସି ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ। ଏସ୍‍ପି ଶ୍ରବଣ କୁମାର ସିଂହଙ୍କ କହିବା ଅନୁସାରେ, ଏହି ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ପୁଲିସ ଓ ଗୀତାଙ୍କ ବାପଘର ଲୋକେ ସେଠାରେ ପହଞ୍ଚିଥିଲେ। ବାପଘର ଲୋକଙ୍କ କହିବା ଅନୁସାରେ ଯୌତୁକ ନିର୍ଯ୍ୟାତନା ଓ ଖରାପ ଉଦ୍ଦେଶ୍ୟ ନେଇ ହତ୍ୟା ମାମଲା ରୁଜୁ କରାଯାଇଛି। ପୁଲିସ ଗୀତାଙ୍କ ସ୍ୱାମୀ ରାଜକୁମାର ଓ ଶାଶୂ ବିମଳାଙ୍କୁ ଗିରଫ କରିଛି।

Leave A Reply