ନିର୍ମାଣାଧୀନ ଓଭରବ୍ରିଜରୁ ଖସିଲା ଲୁହାଖଣ୍ଡ, ରେଳ ଚଳାଚଳ ବନ୍ଦ

ବାଲେଶ୍ୱର: ଶୋଭାରାମପୁର ରେଳଧାରଣା ଉପରେ ଥିବା ଏକ ନିର୍ମାଣାଧୀନ ଓଭରବ୍ରିଜରୁ ଲୁହାଖଣ୍ଡ ଖସି ପଡିଛି। ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ବର୍ତ୍ତମାନ ସୁଦ୍ଧା ଖବର ମିଳିଛି। ସ୍ଥାନୀୟ ରେଳବାଇ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦାରଖ କରୁଛନ୍ତି।

Comments are closed.