ବିବାହରେ ବର-ବଧୂ ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣର ମାଳ

ବାରାଣସୀ: ବାରାଣସୀରେ ଏକ ବିବାହ ଉତ୍ସବରେ ବର-ବଧୂ ପରସ୍ପରକୁ ପିଆଜ ଓ ରସୁଣର ମାଳ ପିନ୍ଧାଇଛନ୍ତି। କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇଥିବା ଲୋକେ ନବ ଦମ୍ପତିିଙ୍କୁ ଉପହାରରେ ପିଆଜ ହିଁ ଭେଟି ଦେଇଥିଲେ।

ସମାଜବାଦୀ ପାର୍ଟିର କମଳ ପଟେଲଙ୍କ କହିବାନୁସାରେ, ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ। ପ୍ରାୟ ମାସେ ହେବ ଏପରି ଅବସ୍ଥା ଲାଗି ରହିଛି। ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତା କହିଛନ୍ତି, ପିଆଜର ବର୍ଦ୍ଧିତ ଦରକୁ ନେଇ ବର-ବଧୂ ଏପରି ପ୍ରତିକାତ୍ମକ ବିରୋଧ କରିଛନ୍ତି। ନିଜର ବିରୋଧ ପ୍ରଦର୍ଶନ ପାଇଁ ଦୁହେଁ ଭିନ୍ନ ଢଙ୍ଗରେ ଏପରି କିଛି କାମ କରିଛନ୍ତି। ନେତାଙ୍କ କହିବାନୁସାରେ, ନବ ଦମ୍ପତିିଙ୍କ ପାଇଁ ଏହା ଏକ ଖାସ୍‍ ଦିନ ଥିଲା ଏବଂ ଏହି ଅବସରରେ ସେମାନେ ପିଆଜ-ରସୁଣର ବର୍ଦ୍ଧିତ ଦରକୁ ନେଇ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।

Comments are closed.